ମହାଦେବଙ୍କ ସମ୍ମୁଖରେ ଜୀବନ ହାରିଲେ ଭକ୍ତ
ମହାଦେବଙ୍କ ସମ୍ମୁଖରେ ଜୀବନ ହାରିଲେ ଭକ୍ତ
ଶାରୀରିକ ସମସ୍ୟା ନେଇ ପଡ଼ିଥିଲେ ଅଧିଆ
କୂଅ ଦଉଡି ଆଣି ଫ୍ୟାନରେ ଝୁଲି ପଡ଼ିଲେ
ଗୋପ,୧୬.୦୫(ଜ୍ଞାନ ରଞ୍ଜନବିଶ୍ଵାଳ)- ଗୋପ ଥାନା ଅନ୍ତର୍ଗତ ନୟାହାଟ ଫାଣ୍ଡି ଅଧୀନ ଦେସ୍ଥଳି ପଞ୍ଚାୟତ ସୋହଣା ଗ୍ରାମରେ ଥିବା ପ୍ରସିଦ୍ଧ ବାବା ତ୍ରିଲୋଚନେଶ୍ୱର ମହାଦେବଙ୍କ ମନ୍ଦିରରେ ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଏକ ହୃଦୟ ବିଦାରକ ଦୁଃଖଦ ଘଟଣା। ନିଜର ଶାରୀରିକ ସମସ୍ୟା ନେଇ ମହାଦେବଙ୍କ ଆଶ୍ରୟ ନେଇ ଅଧିଆ ପଡ଼ିଥିଲେ। ଦେହର ଅସହ୍ୟ ଯନ୍ତ୍ରଣା ଓ ମାନସିକ କଷ୍ଟ କୁ ସମ୍ଭାଳି ପାରିଲେ ନାହିଁ। ବୋଧହୁଏ ମହାଦେବ ଭକ୍ତଙ୍କ ଡାକ ଶୁଣିଲେ ନାହିଁ। ଯାହା ଫଳରେ ମହାଦେବଙ୍କ ସମ୍ମୁଖରେ ମନ୍ଦୀର ଭିତରେ ଜୀବନ ହାରିଲେ ମହିଳା ଭକ୍ତ। ମନ୍ଦିରରେ ଥିବା କୂଅ ଦଉଡ଼ି ଆଣି ଭିତରେ ଥିବା ଫ୍ୟାନ ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଦୁଃଖ ପ୍ରକାଶ ପାଇଛି। ମହିଳା ଭକ୍ତ ଜଣଙ୍କ ହେଉଛନ୍ତି ମୁରୁଡ଼ା ଗ୍ରାମର ସନ୍ତୋଷ ବିଶ୍ଵାଳଙ୍କ ପତ୍ନୀ ରିତା ବିଶ୍ଵାଳ(୪୦)। ତାଙ୍କର ଦୁଇଟି ସନ୍ତାନ ଥିବା ଜଣା ପଡିଛି। ଦୀର୍ଘଦିନ ହେବ ଶାରିରୀକ ଅସୁସ୍ଥତା ଦେଇ ଗତି କରୁଥିଲେ। ଆରୋଗ୍ୟ କାମନା କରି ମହାଦେବଙ୍କ ପାଖରେ ଅଧିଆ ପଡ଼ିଥିଲେ। ହେଲେ ଈଶ୍ୱରଙ୍କ ଇଚ୍ଛା ଥିଲା ଅଲଗା। ଚିରଦିନ ପାଇଁ ନେଇଗଲେ ନିଜ ପାଖକୁ। ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ନୟାହାଟ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ୦୯/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଥିବା ନେଇ ଫାଣ୍ଡି ଅଧିକାରୀ ଶ୍ରୀଧର ମଲ୍ଲିକ ସୁଚନା ଦେଇଛନ୍ତି।
