ଚନ୍ଦ୍ରଭାଗା ବେଳାଭୂମିରେ ମହିଳାଙ୍କ ଗଳାକାଟି ହତ୍ୟା ଉଦ୍ୟମ ଘଟଣା

କୋଣାର୍କ,୨୪.୦୯() : ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ବେଳାଭୂମି ନିକଟରେରେ ସୋମବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ମଙ୍ଗଳପୁର ଗ୍ରାମର ଲକ୍ଷ୍ମୀପ୍ରିୟା ଭୋଇ(୩୦)ଙ୍କ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଯୁବକ ଜଣଙ୍କ ହେଉଛନ୍ତି ଗୋପ ଥାନା ବଉଲାଙ୍ଗ ପଞ୍ଚାୟତ ବଣହରା ଗ୍ରାମର ସମୀର ରଞ୍ଜନ ସାହୁ(୩୦) । ତାଙ୍କ ନିକଟରୁ ବ୍ୟବହୃତ ମାରଣାସ୍ତ୍ର ଛୁରୀ ସହ ଦୁଇଟି ମୋବାଇଲ୍ ଫୋନ୍ ଓ ବାଇକ୍ ଜବତ କରାଯାଇଛି। ଦୁଇ ହାତ ବନ୍ଧା ହୋଇ ମୁର୍ମୂଷୁ ଅବସ୍ଥାରେ ଲକ୍ଷ୍ମୀପ୍ରିୟା ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଟୁରିଷ୍ଟ ପିସିଆର୍ ଓ ମେରାଇନ୍ ଥାନା ଅଧିକାରୀ ପ୍ରତିମା ସାହୁ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାକୁ ପୁଲିସ୍ ଗୁରୁତର ଭାବେ ନେଇଥିଲା। ନିମାପଡ଼ା ଏସ୍‌ଡିପିଓ ଜନାର୍ଦ୍ଦନ ପାଢ଼ୀଙ୍କ ନେତୃତ୍ବରେ ରାମଚଣ୍ଡୀ ଥାନା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ରାତି ତମାମ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ପଚରାଉଚରା ପରେ ସମୀର ରଞ୍ଜନ ବାବଦରେ ସୂଚନା ଦେଇଥିଲା । ପୁଲିସ୍ ତା’ର ମୋବାଇଲ୍ ନମ୍ବର ଟ୍ରାକ୍ କରି ଅଭିଯୁକ୍ତକୁ ଗିରଫ କରିଥିଲା। କୋଣାର୍କ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା ୧୦୯ ଦଫାରେ ୧୮୭/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଯାଇଛି। ଅପରପକ୍ଷରେ ଲକ୍ଷ୍ମୀପ୍ରିୟା ଏବେ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟବସ୍ଥାରେ ସ୍ଥିର ସିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *