ମହିଳାଙ୍କ ମୃତ୍ୟୁ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
-ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି l ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୋର ପଞ୍ଚାୟତର ଚାନ୍ଦପୁର ଗ୍ରାମର ରାହାସ ସାହୁଙ୍କ ପତ୍ନୀ ଶାନ୍ତିଲତାଙ୍କର ମୃତ୍ୟୁ ହୋଇଛି l ଖବର ପାଇ ବସୁଲେଇ ଗ୍ରାମର ଜମିଡ଼ିହ ସାହିର କମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଭଉଣୀ ଶାନ୍ତିଙ୍କୁ ଭିଣେଇ ରାହାସ ଓ ତାଙ୍କ ପୁଅ ମିଶି ମାରିଦେବା ପରେ ଏକ ଦୌଡ଼ିରେ ଟାଙ୍ଗୀ ଦେଇଥିବାର ଜାଣି ଏ ସଂକ୍ରାନ୍ତରେ ଥାନାରେ ଲିଖିତ ଏତେଲା ଦେଇଛନ୍ତି l ଏହି ଏତେଲାକୁ ଭିତ୍ତି କରି ପୁଲିସ ତଦନ୍ତ କ୍ରମରେ ଶାନ୍ତିଙ୍କ ମୃତ ଦେହ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରିଛି l ତେବେ ଶାନ୍ତିଙ୍କର ମୃତ୍ୟୁ ର ରହସ୍ୟ ବ୍ୟବଛେଦ ରିପୋର୍ଟ ରୁ ଜଣାଯିବ ବୋଲି ପୁଲିସ ପ୍ରକାଶ କରିଛି l
