ଜଙ୍ଗଲ ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ଜଙ୍ଗଲ ନିଆଁରେ ମହିଳା ଜୀବନ୍ତ ଦଗ୍ଧ ।କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ମୁତାବକ ଗୋବରୀ ଗାଁର ବୁଧିନି ମହାନ୍ତ(୫୦)ଙ୍କ ଆଜି ଦିନ ୧୨ ଟା ସମୟରେ ଜଙ୍ଗଲ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଛି ।ବୁଧିନିଙ୍କ ଘର ଠାରୁ ୧୦୦ ମିଟର ଦୁରତାରେ ଜଙ୍ଗଲ ଜଳୁଥିଲା ନିଆଁ ଘର ମୁହାଁ ହେବ ଦେଖି ସେ ନିଆଁ ଲିଭାଇବା ପାଇଁ ଯାଉଥିଲା ବେଳେ ଘର ପାଖରେ ଏକ କେନାଲରେ ପଡି ଯାଇଥିଲେ ସେପଟୁ ଜଙ୍ଗଲ ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁରେ ପୋଡି ହୋଇ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।ଜଙ୍ଗଲରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଙ୍ଗଲ ହୋ ହୋ ହୋଇ ଜଳିଥିଲା ।ସାରା ରାଜ୍ୟରେ ଜଙ୍ଗଲ ଜଳୁଥିବା ବେଳେ ବନ ବିଭାଗ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି

।ଜଂଗଲରେ ନିଆଁ ଲାଗିବା ଫଳରେ ଜଙ୍ଗଲ ଭିତରେ ଥିବା ବନ୍ୟଜନ୍ତୁ ଓ ଅନ୍ୟାନ୍ୟ ଗଛ ନଷ୍ଟ ହେଉଥିବା ବେଳେ ଆଜି ଜଙ୍ଗଲ ନିଆଁରେ ଏକ ମୂଲ୍ୟବାନ ଜୀବନ ନଷ୍ଟ ହୋଇ ଯାଇଛି ।ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ସେମାନଙ୍କୁ ଧରି ବାରେ ବିଫଳ ହେଉଛି ବନ ବିଭାଗ।କଙ୍କଡାହାଡ଼ ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିଲେ।ଖବର ପାଇ ମହାବିରୋଡ଼ ଥାନା ଅଧିକାରୀ କାଶୀନାଥ ହାଁସଦା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁ କହିଛନ୍ତି ଜଙ୍ଗଲରେ ଲୋକମାନେ ନିଆଁ ଲଗାଇ ଦେଉଛନ୍ତି ଏହା ଏକ ଦୁର୍ଘଟଣା ସେଥିରେ ଜଣଙ୍କ ମୃତ୍ୟୁ ହୋଇଛି । ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଉଥିବା ବେଳେ ଦୁର୍ବୁତ୍ତ ମାନେ ଜଙ୍ଗଲକୁ ନିଆଁ ଲଗାଇ ଦେଉଛନ୍ତି।ସରକାରଙ୍କ ପକ୍ଷରୁ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ବନ ବିଭାଗ ସଠିକ ତଦାରଖ ଅଭାବରୁ ଜଙ୍ଗଲ ନିଆଁ ଲିଭାଇବାରେ ଫେଲ ହେଉଛି ବନ ବିଭାଗ ।ଖବର ଲେଖା ବେଳକୁ ବନ ବିଭାଗର କେହି ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ ।ଖବର ପାଇଁ ବାମ ପଞ୍ଚାୟତ ସରପଞ୍ଚ ଫକୀର ଚରଣ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ବୁଧିନିଙ୍କ ପରିବାରକୁ ସରକାରୀ ସହାୟତା ମିଳିବା ପାଇଁ ଦାବି କରିଛନ୍ତି ।ନିଉଜ ଲେଖା ବେଳକୁ ଘଟଣା ସ୍ଥଳରେ ମୃତ ଦେହ ପଡ଼ିଥିଲା ସବବ୍ୟବଚ୍ଛେଦ ପାଇଁ ଯାଇ ନଥିଲା ।

Leave a Reply

Your email address will not be published. Required fields are marked *