ମହିଳା ଉଦ୍ୟୋଗୀ ସଚେତନତା କର୍ମଶାଳା

ପୁରୀ ୬/୩ ମହିଳା ମାନଙ୍କୁ ସଶକ୍ତ, ଆତ୍ମନିର୍ଭରଶୀଳ ଓ ଆର୍ଥିକ ସମୃଦ୍ଧ କରିବା ପାଇଁ ସରକାର ବିବିଧ ପଦକ୍ଷେପ ନେଇଛନ୍ତି।ତେବେ ବୈଷୟିକ ଦକ୍ଷତା ଅଭାବ ଏବଂ ସାଇବର ଅପରାଧ ର ଭୟ ସେମାନଙ୍କ ପାଇଁ ବାଧକ ସାଜୁଛି।ଏ ସମ୍ପର୍କରେ ସେମାନ ଙ୍କୁ ସଚେତନ କରାଇ ସେମାନଙ୍କ ମନରେ ଆତ୍ମବିଶ୍ବାସ ଦେବାକୁ ଏକ ଦିନିକିଆ କର୍ମଶାଳା ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପୁରାଣ ଓ ଇତିହାସ ରେ ମହିଳା ସଶକ୍ତିକରଣ ର ଉଦାହରଣ ଦେବା ସହ ବର୍ତ୍ତମାନ ଦେଶର ଅର୍ଥନୀତି କୁ ମଧ୍ୟ ଜଣେ ମହିଳା ସୁନ୍ଦର ଭାବେ ସମ୍ଭାଳିଛନ୍ତି ବୋଲି କହି ସଚେତନ ହେବା, ଆର୍ଥିକ ନିୟମ ସମ୍ପର୍କରେ ଅବଗତ ହେବା ଓ ଆବଶ୍ୟକ ହେଲେ ବ୍ୟାଙ୍କର ଓ ଅନ୍ୟ ଆର୍ଥିକ ବିଶାରଦ ମାନଙ୍କ ସହଯୋଗ ନେଇ ନିଜକୁ ସମୃଦ୍ଧ କରିବାକୁ ଅନୁରୋଧ କରିଥିଲେ।ବିଜିନେସ ମ୍ୟାନେଜର ସୂର୍ଯ୍ୟ କାନ୍ତ ମହାରଣା, ଆଇସିଆଇସିଆଇ ବ୍ୟାଙ୍କ ର ଶାଖା ପରିଚାଳକ ଦେବବ୍ରତ ଆଚାର୍ଯ୍ୟ,ରିଜିଓନାଲ ମ୍ୟାନେଜର ସୌରଭ ମିଶ୍ର ଆର୍ଥିକ ଅନ୍ତର୍ଭୁକ୍ତି,ନେଣ ଦେଣ,ବ୍ୟାଙ୍କ ଋଣ,ଆର୍ଥିକ ନିୟମ, ସାଇବର ସୁରକ୍ଷା ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ, ଚନ୍ଦ୍ରପ୍ରଭା ଦେବୀ,ଆକ୍ସନଏଡ ସଂଗଠନ ର ଜିଲ୍ଲା ସଂଯୋଜକ ରଞ୍ଜିତା ଦାଶ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ସମୃଦ୍ଧି, ସୁରକ୍ଷା,ବାଲ୍ୟ ବିବାହ ଆଇନ,ମହିଳା ଓ ଶିଶୁ ଚାଲଣ, ଘରୋଇ ହିଂସା ଆଇନ, ଶିଶୁ ଶ୍ରମ ଆଇନ ଓ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳା ରେ ସିଡିପିଓ ଗୀତାଞ୍ଜଳି ନାୟକ, ସମାଜସେବୀ ବାବୁଲି ପଟ୍ଟନାୟକ,ୱ୍ବାନ ଷ୍ଟପ ସେଣ୍ଟର, ଶକ୍ତି ସଦନ,ସ୍ବଧାର ଗୃହ, ନିଳାଚଳ ସେବା ପ୍ରତିଷ୍ଠାନ ,ଆଭା ଅନୁଷ୍ଠାନ, ମିଶନ ଶକ୍ତି ସଦସ୍ୟା,ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *