ମହିଳା ସଶକ୍ତିକରଣରେ ସହାୟକ ହେବ ସ୍ଵାମୀତ୍ୱ ଯୋଜନା
:ଭୁବନେଶ୍ୱର: ଆଜି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ସ୍ଵାମୀତ୍ୱ ଯୋଜନା ଅଧିନରେ ଦେଶର ୫୦,୦୦୦ରୁ ଅଧିକ ଗ୍ରାମର ମୋଟ ୬୫ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ସମ୍ପତ୍ତି କାର୍ଡର ଇ-ବିତରଣ କରାଯାଇଛି। ଏହି ପ୍ରମାଣପତ୍ର କାର୍ଡ ଦ୍ଵାରା ଜନବସତି ସମ୍ପତ୍ତିର ମାଲିକାନାରେ ସ୍ଵଚ୍ଛତା ଆସିବ, ଜମିର ଆଇନଗତ ମାଲିକାନା ମଧ୍ୟ ସ୍ପଷ୍ଟ ହେବ। ଏହି ଯୋଜନା ସମ୍ପତ୍ତି ମାଲିକମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଭାରତରେ ଉନ୍ନତ ଭିତ୍ତିଭୂମି ଯୋଜନା, ଆର୍ଥିକ ସ୍ଥିରତା ଏବଂ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବ।ଦାରିଦ୍ର୍ୟତା ହ୍ରାସ କରିବାରେ ସ୍ଵାମୀତ୍ୱ ଯୋଜନା ହେବ ସହାୟକ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ।ବିକଶିତ ଓଡିଶା ତଥା ବିକଶିତ ଭାରତର ଲକ୍ଷ୍ୟ ହାସିଲ କରିବା ଦିଗରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ସର୍ବଦା ସମସ୍ତ ଯୋଜନାର କେନ୍ଦ୍ରରେ ମା’ଓ ଭଉଣୀମାନଙ୍କୁ ରଖିଛନ୍ତି ।

ସ୍ଵାମୀତ୍ୱ ଯୋଜନା ଗ୍ରାମୀଣ ସମୁଦାୟ ବିକାଶକୁ ପ୍ରୋତ୍ସାହିତ କରି ଗ୍ରାମୀଣ ଭାରତରେ ଏକ ପରିବର୍ତନମୂଳକ ପ୍ରଭାବ ପକାଇଛି। ଦୀର୍ଘଦିନ ଧରି ଚାଲିଆସୁଥିବା ଜମି ବିବାଦର ସମାଧାନ ହେବାସହ ଏବଂ ମହିଳାମାନଙ୍କ ସମ୍ପତ୍ତି ଅଧିକାର ସୁରକ୍ଷିତ କରାଯାଇ ସେମାନଙ୍କୁ ସଶକ୍ତ କରାଯାଇଛି, ଯାହା ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି ।
