ମହିଳାଙ୍କୁ ଟେକିନେଇ ବଳାତ୍କାର ଉଦ୍ୟମ ଘଟଣା

ମହିଳାଙ୍କୁ ଟେକିନେଇ ବଳାତ୍କାର ଉଦ୍ୟମ ଘଟଣା।ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ।
ରଘୁନାଥପୁର:-(୮/୮)ରଘୁନାଥପୁର ଥାନା ସାଦେଇପୁର ରାଉତନୂଆଗାଁ ଗ୍ରାମର ଜଣେ ମହିଳାଙ୍କୁ ଟେକିନେଇ ବଳାତ୍କାର ଉଦ୍ୟମ କରିବା ଘଟଣାରେ ପୋଲିସ ଅଭିଯୁକ୍ତ ସନ୍ତୋଷ ଦାସକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସେଠାରେ ଜାମିନ ନାମଞ୍ଜୁର ହେବାରୁ ସନ୍ତୋଷକୁ ଜେଲ ପଠାଇ ଦିଆଯାଇଛି।ବୁଧବାର ଅପରାହ୍ନରେ ମହିଳା ଜଣଙ୍କ ନିକଟସ୍ଥ ନଦୀପଠାକୁ ଗାଇ ଆଣିବାକୁ ଯାଇଥିବାବେଳେ ଅଭିଯୁକ୍ତ ସନ୍ତୋଷ ତାଙ୍କୁ ପଛପଟୁ ଜାବୁଡି ଧରି ବଣକୁ ଟେକିନେଇ ତଳେ ପକେଇ ବଳାତ୍କାର ଉଦ୍ୟମ କରିଥିବା ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଥିଲେ।ଏ ନେଇ ଥାନାରେ କେସ ନଂ ୧୭୦/୨୫ ରେ ମାମଲା ରୁଜୁ ହୋଇଥିଲା।ଗୁରୁବାର କଂଗ୍ରେସ ନେତା ଇଂ ହିମାଂଶୁଭୁଷଣ ମଲ୍ଲିକ ଓ ପିସିସି ସଭ୍ୟ ଦେବପ୍ରସାଦ ନାୟକଙ୍କ ପରାମର୍ଶ କ୍ରମେ ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ନେତୃତ୍ଵରେ ଏକ ଟିମ ପୀଡିତାଙ୍କ ଘରକୁ ଜାଇ ତାଙ୍କୁ ଭେଟି ଆଲୋଚନା କରିଥିଲେ।ପରେ ରଘୁନାଥପୁର ଥାନାକୁ ଆସି ଥାନାଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଥିଲେ।ଯଦି ଅଭିଯୁକ୍ତକୁ ଶୀଘ୍ର ଗିରଫ କରାନଯାଏ ତାହାଲେ ବ୍ଲକ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା।ଅଭିଯୁକ୍ତ ସନ୍ତୋଷକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଏନେଇ ପୋଲିସ ପକ୍ଷରୁ ବିଭିନ୍ନ ଆଡେ ଜାଲ ବିଛାଯାଇଥିଲା।ଅଭିଯୁକ୍ତ ସନ୍ତୋଷ ଫେରାର ଉଦ୍ୟମ କରୁଥିବା ସମୟରେ ପୋଲିସ ତାକୁ ତହସିଲ ଠାରୁ ବିରାଟକଟକ ରୋଡରେ ଧରିବାକୁ ସକ୍ଷମ ହୋଇଥିବାର ଆଇଆଇସି ସୁଶାନ୍ତ କୁମାର ସେଠି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *