ଚୋରା ମଦ ବିକ୍ରି ପ୍ରତିବାଦରେ ମହିଳା ମାନଙ୍କ ପ୍ରତିବାଦ ଓ ଧାରଣା
ଧର୍ମଶାଳା– ଶତାଧିକ ମହିଳା ଘେରିଲେଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ଅବକାରୀ କାର୍ଯ୍ୟାଳୟ,ଦିନକୁ ଦିନ ଖାଲି ଜାରକା ନୁହେଁ, ଧର୍ମଶାଳା ଅଞ୍ଚଳର ବିଭିନ୍ନ ଗାଁ ଗଣ୍ଡାରେ ଦିନରାତି ଖୋଲା ହେଇଛି ଚୋରା ମଦ କାରବାର !ଯାହାକି ପ୍ରତିଦିନ ସାଧାରଣ ପରିବାର ର ମହିଳା,ପିଲା,ଛୁଆ କ୍ଷତିଗ୍ରସ୍ତ ହେବାକୁ ଗଲେଣି !ଉଦାହରଣ ସ୍ୱରୂପ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ପ୍ରାୟତଃ ସରକାରୀ ଲାଇସେନ୍ସ ପ୍ରାପ୍ତ ପାଖାପାଖି ଆଠ ରୁ ଦଶ ଟି ମଦ ଦୋକାନ,ବିଅର ବାର ଏବଂ ଦେଶୀ ମଦ ଦୋକାନ ଅଛି !ସରକାର କାହାକୁ ଠିପି ବନ୍ଦ ଲାଇସେନ୍ସ ଦେଇଥିଲା ବେଳେ,କାହାକୁ ଠିପିଖୋଲା ଲାଇସେନ୍ସ ଦେଇଛନ୍ତି !ସେମାନେ ସେମାନଙ୍କ ଲାଇସେନ୍ସ ଅନୁଯାୟୀ କାର୍ଯ୍ୟ କରିବା ବେଳେ,ସେମାନେ ନିୟମକୁ ଖୁଲମ ଖୁଲା ଫୁ କରୁଛନ୍ତି !ସେମାନଙ୍କ ପାଖରୁ ଗାଁ ଗହଳିର ଚୋରା ମାଫିଆ ମାନେ ମଦ ବେପାରୀ ମୂଲ୍ୟରେ ଆଣି ଘରେ ଘରେ ବେପାର କରୁଛନ୍ତି !ଯାହାଦ୍ୱାରା ପ୍ରତ୍ୟେକ ଗାଁ ର ପୁରୁଷ,ଛୋଟ ଛୋଟ ପିଲାମାନେ ଏହି ନିଶା ସେବନ କରି ଘରେ ମାଡ଼,ଗୋଳ, ସୋଧା ଗାଳି କରିବା ସହିତ,ନିଶା ଖାଇବାକୁ ଅଭାବ ହେଲେ,ଘରୁ ଜିନିଷ ପତ୍ର,ଶାଗ ମୁଗ ଦରରେ କିଭଳି ବିକ୍ରିକରି ମଦ ପିଇବେ ସେ କାର୍ଯ୍ୟରେ ଲାଗିପଡିଛନ୍ତି !ଘରର ମହିଳା ମାନେ ଏଥିରୁ ବିରୋଧ କଲେ ସେମାନଙ୍କୁ ମାଡ଼ ଗାଳି ସହ ବିଭିନ୍ନ ନିର୍ଯାତନାର ଶିକାର ହେବାକୁ ପଡୁଛି !ପିଲାଛୁଆ ମାନେ ପାଠ ପଢିବାରୁ ବଞ୍ଚିତ ହେଉଚ୍ଛନ୍ତି ତ ଘରର ମହିଳା ମାନେ ଅନ୍ୟ ଆଡେ କାମ କରିବାକୁ ଯାଇ ମଜୁରୀ ଆଣି ଘର ଚଳାଇବାକୁ ଚେଷ୍ଟା କଲା ବେଳେ,ସେମାନଙ୍କୁ ମାଡ଼ ମାରି ଟଙ୍କା ଛଡାଇ ନେଉଛନ୍ତି ଘରର ପୁରୁଷ ମାନେ !ଯାହା ଦ୍ୱାରା ସିଧାସଳଖ କ୍ଷତିଗ୍ରସ୍ତ ହୋଇ ପଡିଲେଣି ଏହି ଆଦିବାସୀ ଓ ଗରିବ ପରିବାରର ମହିଳା ଓ ପିଲାଛୁଆ ମାନେ !ତେବେ ଧର୍ମଶାଳା ର ଯୁବ ବିଧାୟକହିମାଂଶୁ ଶେଖର ସାହୁ ଅବକାରୀ ବିଭାଗ ,ଅବକାରୀ ମନ୍ତ୍ରୀ ଓ ଜିଲ୍ଲା ପାଳ,ଜିଲ୍ଲା ଏସ୍ପି ଙ୍କୁ ଧର୍ମଶାଳା ଅଞ୍ଚଳର ବିଭିନ୍ନ ଜାଗାରେ ମଦ ଗଞ୍ଜେଇ,ବ୍ରାଉନସୁଗାର ଭଳି ଅନେକ ନିଶାଦ୍ରବ୍ୟ ବିକ୍ରି ବନ୍ଦ କରିବାକୁ ଚିଠି ଲେଖି ବା ପରେ ଆଜି ଜାରକା ଶବର ସାହିର ଶତାଧିକ ମହିଳା ଧର୍ମଶାଳା ବ୍ଲକ ପାଖରୁ ଏକ ରାଲି କରି ଜାରକା ଅବକାରୀ ବିଭାଗ ଅଫିସ ଆଗରେ ପହଞ୍ଚି ଏହି ଚୋରା କାରବାର କୁ ରୋକିବା ଲାଗି ଏକ ଦାବିପତ୍ର ଦେଇଛନ୍ତି !ଯଦି ଆଗାମୀ ଦିନରେ ଏସବୁ କୁ ରୋକା ନଯାଏ ତେବେ ସେମାନଙ୍କ ପିଲା ଛୁଆଙ୍କୁ ସାଙ୍ଗରେ ଧରି ଅନିର୍ଦିଷ୍ଟ କାଳ ଯାଏ ଅବକାରୀ ଅଫିସ ଆଗରେ ନଖାଇ ନପିଇ ଅନଶନରେ ବସିବେ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି !ଦେଖିବାକୁ ବାକି ରହିଲା ଏବେ ଖବର ପ୍ରସାରଣ ପରେ ଚୋରା ନିଶା ବେପାରୀଙ୍କ ଉପରେ କି ପଦକ୍ଷେପ ନେଉଛନ୍ତି ଅବକାରୀ ଅଧିକାରୀ !
