ପିପିଲିରେ ମହିଳା ସମାବେଶ ଅନୁଷ୍ଠିତ
ପିପିଲି ବିଧାନସଭା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ପୁର୍ବାଶାସନ ପଞ୍ଚାୟତର ସମସ୍ତ ୱାର୍ଡର ମହିଳା ମାନଙ୍କୁ ନେଇ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଘରେ ଘରେ ପହଁଞ୍ଚିବା ସହିତ ବ୍ୟାପକ ଭାବରେ ଲୋକମାନଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ଵ ଆରୋପ କରିବା ସହ ଆଗାମୀ ଉପନିର୍ବାଚନରେ ପାର୍ଥୀ ରୁଦ୍ର ମହାରଥୀଙ୍କୁ କିପରି ସର୍ବାଧିକ ଭୋଟରେ ଜୟଯୁକ୍ତ କରାଇବା ପାଇଁ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋ ସହିତ ପୁରୀ ଲୋକସଭା ସାଂସଦ ମାନ୍ୟବର ପିନାକୀ ମିଶ୍ର ଓ ଭୁବନେଶ୍ୱର ମଧ୍ୟମ ବିଧାୟକ ମାନ୍ୟବର ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।

