ଶବ୍ଦ ତୀର
ଶବ୍ଦ ତୀର
🖋️କବିରତ୍ନ ନୂତନ କୁମାର ବେହେରା
ଶବ୍ଦ ତୀର ମୁହଁର ତୂଣୀରୁ ବାହାରି
ଭାଷାର ଧନୁରେ କଲେ ତାର ସନ୍ଧାନ
ଓଠ ଚୁମି ଯାଏ ଲକ୍ଷ୍ୟସ୍ଥଳକୁ ଭେଦି
ସଦ୍ଭାବରେ ମନ ବୃନ୍ଦାବନରେ ରଚି ରାସ
ଝର ଝର ଝରାଇ ଦିଏ ଅମୃତ
ବାଦ୍ ବିବାଦର ରଣରେ ଶବ୍ଦ ତୀର
ସୃଷ୍ଟି କରେ କୁରୁକ୍ଷେତ୍ରର ମହାଭାରତ
ଶବ୍ଦ ତୀରରେ ହୁଏ ଭାବ ବିନିମୟ
ଅକ୍ଳେଶରେ ଜିତି ହୁଏ ସଭିଙ୍କର ହୃଦୟ
ଆତ୍ମୀୟତାର ସଂପର୍କ ହୋଇଯାଏ ଯୋଡ଼ି
ସେଇଥିରେ ହୁଏ ପୁଣି ମହାସଂଗ୍ରାମ
ଯା’ର ଶେଷ ପରିଣତିରେ ହୁଏ ବିଲୟ
ସମାନ୍ୟ ନଗଣ୍ୟ ନୁହଁଇ ଶବ୍ଦ ତୀର
ଠିକ୍ ପ୍ରୟୋଗରେ ହୁଏ ଆତ୍ମରକ୍ଷା କରି
ତ୍ରୁଟିରେ ବିନାଶେ ନିଜକୁ ସଂହାରି
ଶବ୍ଦ ତୀର ଉଚିତେ ହେଲେ ପ୍ରୟୋଗ
ସାର୍ବଜନୀନରେ ହୋଇଥାଏ ବାଣୀ
ଆକ୍ଷେପମୂଳକରେ ପକ୍ଷପାତିତା କଲେ
ସଦା କ୍ଷତି କରିଥାଏ ବିପଦ ଆଣି
ବାକ୍ ସଂଯମତା ମୌଳିକ ଆଚରଣ
ଭାଷାରୁ ଆଶା ଭରିଦିଏ ବିଶ୍ଵାସ ଭରସା
ମହତ ଗୁଣ ସବୁ ହୃଦୟେ ବାନ୍ଧନ୍ତି ବସା
ଅସ୍ତ୍ରର ତୀର ମାରି ଦିଏ ସିନା ଜୀବନରେ
ଶବ୍ଦର ତୀର ମାରୁଥାଏ ଜୀବନ ଯାକ
ଅସ୍ତ୍ର ଓ ଶାସ୍ତ୍ରର ଫରକ୍ ବୁଝି ନିଜ ଜ୍ଞାନରେ
ନିୟନ୍ତ୍ରଣରେ ରଖିଲେ ତା’ ଲାଭଦାୟକ
ଶବ୍ଦ ତୀରର ବ୍ୟବହାର ଯେ କରେ ଯେମିତି
ତାର ଫଳାଫଳ ମଧ୍ୟ ପାଏ ସେମିତି
ଜୀବନ ସୁରକ୍ଷା କରି ତାର ବିକାଶ ପ୍ରକାଶ
କରିଥାଏ ଏଇ ବ୍ରହ୍ମରୂପୀ ଶବ୍ଦ ତୀର
ଜ୍ଞାନ ଗାରିମାର ଯେତେ ସବୁ ପରାକାଷ୍ଠା
ସାର୍ଥକ କରିବାରେ ସହାୟ ହୁଏ ନିରନ୍ତର।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
