ଚଳନ୍ତା ଟ୍ରେନ ରୁ ପଡ଼ି ଶ୍ରମିକ ମୃତ
ଚଳନ୍ତା ଟ୍ରେନ ରୁ ପଡ଼ି ଶ୍ରମିକ ମୃତ। ପୁଅର ମଲା ମୁହଁ ଦେଖିବାକୁ ସରକାରଙ୍କୁ ଗୁହାରି କଲେ ପରିବାର ।-ପରିବାର ପ୍ରତି ପୋଷଣ ପାଇଁ ପୁଅ ବାହାରି ଥିଲା ବାହାର ରାଜ୍ୟକୁ କାମ କରିବାକୁ। ନିଜ ସ୍ତ୍ରୀ ଓ ଚାରି ବର୍ଷର ଝିଅ କୁ ଛାଡି ସ୍ବାମୀ ଯାଉଥିଲା କାମ କରି ପରିବାରରେ ହସ ଫୁଟାଇବାକୁ । ଦୁଇ ପଇସା ରୋଜଗାର କରି ନିଜର ଅଭାବକୁ ପୂରଣ କରିବାକୁ। କିନ୍ତୁ କିଏ ଜାଣିଥିଲା ବିଧିର ବିଧାନ କିଛି ଅଲଗା ଲେଖି ଦେଇଛି କପାଳରେ । ପରିବାର ଲୋକେ ଓ ଚାରି ବର୍ଷର ଝିଅ ଚାହିଁ ରହିଥିଲା ବାପର ଫେରିବା ବାଟକୁ ହେଲେ କିଏବା ଜାଣିଥିଲା ବାପା ଆଉ ଫେରିବେନି । ହଁ ଦର୍ଶକ ବନ୍ଧୁ ଚଳନ୍ତା ଟ୍ରେନ ରୁ ପଡ଼ି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଳଦା ପଞ୍ଚାୟତ ଖୁଣ୍ଢେଇଖୋଲଗ୍ରାମରେ । ସେହି ଗାଁ ର କୀର୍ତ୍ତନ ନାଏକ ଙ୍କ ପୁଅ ସୁଶାନ୍ତ ନାଏକ ଗତ ରବିବାର ଦିନ ସାଙ୍ଗ ମାନଙ୍କ ସହିତ ଭୁବନେଶ୍ୱର ରୁ ଚେନ୍ନଇ ଟ୍ରେନ ରେ ଯାଉଥିବା ବେଳେ ନାଗପୁର ଅଞ୍ଚଳ ପାଖା ପାଖି ରେ ଚଳନ୍ତା ଟ୍ରେନ ରୁ ଖସି ପଡ଼ି ମୃତ୍ୟୁ ହୋଇଛି । ସୁଶାନ୍ତ ଚେନ୍ନାଇର ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଉଥିଲେ ।ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଦେହ ନାଗପୁର କାମଠି ପୋଲିସ ଅଧୀନରେ ଥିବା ସୂଚନା ରହିଛି । ମୃତ ଶରୀରର ଘରକୁ ଆଣିବାକୁ ପାଖରେ ଅର୍ଥ ନାହିଁ ହେଲେ ପୁଅର ମଲା ମୁହଁ ଦେଖିବାକୁ ମା , ସ୍ତ୍ରୀ ଓ ଝିଅ ଚାହିଁ ରହିଛି ବାଟକୁ । ସୁଶାନ୍ତ ଙ୍କ ମୃତ ଦେହ ଘରକୁ ଫେରାଇ ଆଣିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ସାଇ ପଡୋଶୀ । ଯାହାକୁ ନେଇ କୁଣ୍ଢେଇଖୋଲ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି
ପ୍ରକାଶ କୁମାର ପାତ୍ର reporter
