ସମବାୟ ମନ୍ତ୍ରୀଙ୍କୁ ଭେଟିଲେ ସାଂସ୍କୃତିକ ସଂଘର କର୍ମକର୍ତ୍ତା
ଭୁବନେଶ୍ୱର, ୦୩/୦୧: ସମବାୟ ବିଭାଗ ସାଂସ୍କୃତିକ ସଂଘର କର୍ମକର୍ତ୍ତା ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତଙ୍କୁ ଆଜି ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏଇ ଅବସରରେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ସାମୁହିକ ସ୍ୱାର୍ଥ ପାଇଁ ମିଳିମିଶି କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ପ୍ରେରିତ କରିଥିଲେ । ସରକାରଙ୍କ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସାଧୁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ । ସଂଘ ପକ୍ଷରୁ ସଭାପତି ପତିତପାବନ ନାଥଶର୍ମା, ସାଧାରଣ ସମ୍ପାଦକ ଇଲ୍ଲାପ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ହରପ୍ରସାଦ ମହାପାତ୍ର ପ୍ରମୁଖ ମାନ୍ୟବର ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।
