ସ୍ୱାତୀ ଦ୍ୱାରା ପ୍ରାଣୀ ଉଦ୍ୟୋଗୀ ପାଇଁ କର୍ମଶାଳା

ଫୁଲବାଣୀ:ନିପ୍ର:-୨୫/୧୦ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ,ପ୍ରଦାନ.ଏନ.ସି.ଏନ.ଏଫ୍. କନ୍ଧମାଳ ଚାପ୍ଟର ଓ ରାଇକିଆ ଚାଷୀ ଉତ୍ପାଦକ ଗୋଷ୍ଠି ଙ୍କ ମିଳିତ ଉଦ୍ୟମରେ ପ୍ରାଣୀ ଉଦ୍ୟୋଗୀ ପାଇଁ ଏକ ଏକଦିବସିୟ କର୍ମଶାଳା ସ୍ୱାତୀ, ବନ୍ଧଗଡ ଠାରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମର ମୁଖ୍ୟ ପ୍ରଶିକ୍ଷକ ଅଜିତ ନାଏକ ( ଟିମ୍ ଲିଡର, ପ୍ରଦାନ) କିଭଳି ସହଜ , ସରଳ, ମିତବ୍ୟୟ ଓ ଦେଶୀୟ ଉପଚାର ମାଧ୍ୟମରେ ପଶୁ, ପକ୍ଷୀ ବିଶେଶ କରି ଛେଳି ଓ କୁକୁଡା ଇତ୍ୟାଦି ଙ୍କର ଚିକିତ୍ସା, ଯତ୍ନ ଓ ବିକାଶ କରାଯାଇପାରିବ ତାହା ଅତି ସରଳ ଓ ଆଂଚଳିକ ଭାଷା ରେ ଅଂଶଗ୍ରହଣ କାରୀ ଙ୍କୁ ବୁଝାଇଥିଲେ । ଏହା ସହିତ ୧୨ ଗୋଟି ବ୍ଲକ ରୁ ଆସିଥିବା ୬୫ ଜଣ ଉଦ୍ୟୋଗୀ କିପରି ଆଗାମି ଦିନ ରେ ଦେଶୀ କୁକୁଡା ଓ ଛେଳୀ କୁ ପାଳନ କରି ଆସାନ୍ୱିତ ଲାଭ ପାଇପାରେବେ ତାଉପରେ ଆଲୋଚନା ରଖାଯାଇଥିଲା । ପରିସଂକ୍ଷନ ରୁ ଜଣାପଡୁଛି ଛେଳି ଚାଷ ଧିରେ ଧିରେ କମିବାକୁ ଯାଉଛି, ଯାହାର ମୂଳ କାରଣ ଉପଯୁକ୍ତ ଜ୍ଞାନ ଓ କୈାଶଳ ନ ଆପଣାଇ ଛେଳି ପାଳନ କରିବା ଫଳରେ ଗୋଟେ ଛେଳିକୁ ବିକ୍ରୀ କରିବା ପାଇଁ ପାଖା ପାଖି ୨.୫ ରୁ ୩ ବର୍ଷ ଚାଷୀ କୁ ଅପେକ୍ଷା କରିବାକୁ ପଡୁଛି । ଯାହାଫଳରେ କମ୍ ଲାଭ କୁ ଦେଖି ଲୋକମାନଙ୍କ ଭିତରେ ଅନାଗ୍ରହ ବଢୁଛି । ଟିକାବାଲି ର ମନମୋହନ ପ୍ରଧାନ, ଖଜୁରିପଡା ର ପ୍ରଶାନ୍ତ ମଲ୍ଲିକ, ବାଲିଗୁଡା ଲତକି ମଲ୍ଲିକ, ଦାରିଙ୍ଗିବାଡି ର ସେଲୁନି ପ୍ରଧାନ, ରାଇକିଆ ଦିଖରିୟ ବେହେରା ଚାଷି ମାନେ କିପରି ୬୦ ରୁ ଅଧିକ ଛେଳି ରଖି ବର୍ଷକୁ ୨ ଲକ୍ଷରୁ ଅଧିକ ରୋଜଗାର କରିପାରୁଛନ୍ତି, ଆସିଥିବା ଆଗ୍ରହି ପ୍ରାଣୀ ଉଦ୍ୟୋଗୀ ମାନଙ୍କୁ କହିଥିଲେ । ସ୍ୱାତୀ ସଂପାଦକ ଇଂ ହରିଶଙ୍କର ରାଉତ ଆଗାମୀ ଦିନ ମାନଙ୍କରେ ଯୁବ ଚାଷୀ ମାନେ ପଶୁ ପାଳନ କରି ସ୍ୱାବଲମ୍ବି ହେବା ସହିତ ନୂତନ ଉଦ୍ୟୋଗୀ ଜିଲ୍ଲା ରେ ସୃଷ୍ଟି କରିବେ ଓ ରାଇକିଆ ଚାଷୀ ଉତ୍ପାଦକ ଗୋଷ୍ଠି ସମସ୍ତ ଜ୍ଞାନ ଓ କୈାଶଳ ସହିତ ସୁଲଭ ମୂଲ୍ୟ ରେ ବିଭିନ୍ନ ପରିପୁରକ ଖାଦ୍ୟ, ପାରମ୍ପରିକ ଚିକିତ୍ସା, ଟୀକା କରଣ, ପ୍ରଜନନ ସେବା ଦିଗରେ କାମକରିବ ବୋଲି ଯୋଯନା କରୁଛି ବୋଲିି କହିଥିଲେ । ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା ଓ ଫୁଲବାଣୀ ଙ୍କ ଦ୍ୱାରା ମୂଖ୍ୟମନ୍ତ୍ରୀ ଜନଜାତୀ ଜୀବିକା ମିଶନ ମାଧ୍ୟମରେ ସୃଷ୍ଟି କରାଯାଇଥିବା ପ୍ରାଣୀଧନ କ୍ଲଷ୍ଟର କୁ ସମୃଦ୍ଧି ରେ ସହଯୋଗ କରିବ ବୋଲି ରାଇକିଆ ଚାଷୀ ଉତ୍ପାଦକ ଗୋଷ୍ଠି ମୂଖ୍ୟ କାର୍ଯ୍ୟର୍ନବାହୀ ଅଧିକାରୀ ବିଶ୍ୱରଞ୍ଜନ ଦଳବେହେରା ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ପ୍ରାଏ ୬୫ ଜଣ ପୁରୁଷ ଓ ମହିଳା ପଶୁପାଳକ, ପଶୁ ସମ୍ପଦ କ୍ଷେତ୍ରରେ କାର୍ଯ୍ୟରତ ଫୁଲବାଣୀ ସ୍ୱେଚ୍ଛାସେବୀ ମହା ସଂଘ ର ସଦସ୍ୟ ଅନୁଷ୍ଠାନ ଗ୍ରାମ ବିକାସ, ଜନ ବିକାସ, ସ୍ୱୟଂ ସହାୟକ ପଂଚାୟତ ସ୍ତରିୟ ମହାସଂଘ, ମୂଖ୍ୟମନ୍ତ୍ରୀ ଜନଜାତୀ ଜୀବିକା ମିଶନ ର ଜୀବିକା ସାଥୀ ଅଂଶଗ୍ରହଣ କରିଥିଲେ । ଘରୋଇ ଉପଚାର ସମ୍ବଦ୍ଧିୟ ପଶୁ ରୋଗ ଉପଚାର ପାଇଁ ଔଷଧ, ଲିକୁଇଡି ମିନେରାଲ ମକ୍ସର, ଲିଭର ଟନିକ୍, ମିକ୍ସ ତେଲ ସହିତ ଅନ୍ୟାନ ପାରମ୍ପରିକ ଉପଚାର ପ୍ରସ୍ତୁତି ରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍ୱାତୀ ର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ସଂଯୋଜନା କରିଥିବା ବେଳେ ଉମାକାନ୍ତ ସାହୁ ଓ ଦିପେଷ ମହାକୁଡ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *