ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡ଼ିକ ରେ ‘ଜାତୀୟ ଶିକ୍ଷାନୀତି ୨୦୨୦’ କାର୍ଯ୍ୟକାରିତା ନେଇ କର୍ମଶାଳା

ଭୁବନେଶ୍ୱର ୧୦/୦୯ – ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୁଲ୍ୟ ରେ ‘ ଜାତୀୟ ଶିକ୍ଷାନୀତି ୨୦୨୦ ‘ କାର୍ଯ୍ୟକାରିତା ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିବା କଟକ ର ରାଧାନାଥ ଟ୍ରେନିଂ କଲେଜ, ଭୁବନେଶ୍ୱର ର ନଳିନୀ ଦେବୀ ମହିଳା ମହାବିଦ୍ୟାଳୟ, ଅନୁଗୁଳ ଓ କନ୍ଧମାଳ ର ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ ଏଥିରେ ଅଂଶ ଗ୍ରହଣ କରି ଅଗ୍ରାଧିକାର ଭିତ୍ତି ରେ ବିଦ୍ୟାଳୟ ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ରେ ଜାତୀୟ ଶିକ୍ଷା ନୀତି କୁ କାର୍ଯ୍ୟକାରିତା କରିବା ଦିଗ ରେ ମତବ୍ୟକ୍ତ କରିଥିଲେ। ଏହି କର୍ମଶାଳା କୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଉଦଘାଟନ କରି ଶିକ୍ଷା , ଶିକ୍ଷକ, ଶିକ୍ଷକ ତାଲିମ ର ମାନ ବୃଦ୍ଧି ଦିଗ ରେ ଏହା ର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏନ୍ ସି ଇ ଆର ଟି ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି ଶିକ୍ଷା ସଂପର୍କିତ ଗବେଷଣା ର ସକ୍ରିୟତା ଓ ସ୍ନାତକୋତ୍ତର ସ୍ତର ରେ ଏହା ର ଗବେଷଣା ପ୍ରକଳ୍ପ ର ମାନ ବୃଦ୍ଧି ନେଇ ମତ ଦେଇଥିଲେ । ପ୍ରତିଷ୍ଠାନ ର ଶିକ୍ଷା ବିଭାଗ ମୁଖ୍ୟ ତଥା ଏମଓୟୁ ସମିତି ର ଆବାହକ ପ୍ରଫେସର ଲକ୍ଷ୍ମୀଧର ବେହେରା ସ୍ବାଗତ ଭାଷଣ ପ୍ରଦାନ ସହ ଏହି କର୍ମଶାଳା ର ଆଭିମୁଖ୍ୟ ବିଷୟ ରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଗାୟତ୍ରୀ ମହାନ୍ତି, ପ୍ରଫେସର ନିବେଦିତା ଗୁରୁ, ଡକ୍ଟର ଦ୍ରୌପଦୀ ପଟେଲ, ଡକ୍ଟର ଦୀପକ କୁମାର ମହାନ୍ତି , ପ୍ରଫେସର ରମାକାନ୍ତ ମହାଳିକ ଓ ଡକ୍ଟର କଳିଙ୍ଗ କେତକି, ଡ. ବେଦପ୍ରକାଶ ବର୍ମା ପ୍ରମୁଖ ଶିକ୍ଷାବିତ୍ ଜାତୀୟ ଶିକ୍ଷାନୀତି ୨୦୨୦ ର କାର୍ଯ୍ୟକାରିତା ଉପରେ ନିଜ ନିଜ ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *