ଜୈବିକ ଗୁଡ଼ ଉତ୍ପାଦନ ଉପରେ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର-୧୪/୧୦/୨୦୨୫ଗଞ୍ଜାମ ଜିଲ୍ଲା ଓଡ଼ଗାଁର ସମ୍ଭବରେ ଜୈବିକ ଗୁଡ଼ ଉତ୍ପାଦନ ଏବଂ ସ୍ୱଚ୍ଛ ଆଖୁ ରସ ଉପରେ ଏକ ସୁସଂଗଠିତ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପଦ୍ମଶ୍ରୀ ସାବରମତୀଙ୍କ ସମେତ ଚାଳିଶରୁ ଅଧିକ ଆଖୁ ଚାଷୀ, କୋଟପାଡ଼, କୋରାପୁଟ ଅଞ୍ଚଳର ଗୁଡ଼ ନିର୍ମାତା, ଆଖୁ ରସ ଭେଣ୍ଡିଂ ମେସିନ୍ ନିର୍ମାତା କର୍ମଶାଳାରେ ଯୋଗ ଦେଇଥିଲେ ଏବଂ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ।ଜୈବିକ ଚାଷ ଓ ରାସାୟନିକ ମୁକ୍ତ ଗୁଡ଼ ଉତ୍ପାଦନ ପ୍ରକ୍ରିୟା ବିଷୟରେ କର୍ମଶାଳାରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ପଦ୍ମଶ୍ରୀ ସାବରମତୀ ନୟାଗଡ ଚାଷୀଙ୍କ ଗୁଡ଼ ପ୍ରକ୍ରିୟାକରଣ ଦକ୍ଷତା ଏବଂ ମହିଳାମାନଙ୍କ ଦ୍ବାରା ଗୁଡ଼ରୁ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ଦକ୍ଷତା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ଜୈବିକ ଗୁଡ଼ରେ ପ୍ରସ୍ତୁତ ଅନେକ ମିଷ୍ଟାନ୍ନ ଖାଦ୍ୟ ପରିବେଷଣ କରାଯାଇଥିଲା। ଆଲୋଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପାଇଁ ନୟାଗଡରୁ, ପୁରୀକୁ ଜୈବିକ ଗୁଡ଼ ଯୋଗାଣ କରିବାର ଲକ୍ଷ୍ୟ ରଖାଯାଇଛି।ଆପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଲିଟି ପଟ୍ଟନାୟକ, ଯୋଜନା ଅଧିକାରୀ, ଆଖୁ ବୈଜ୍ଞାନିକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ନୟାଗଡ଼ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଚାଷୀଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସୁଶ୍ରୀ ସଙ୍ଗୀତା ମହାରଣାଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *