ଭାରତ ସୋଲାର ପକ୍ଷରୁ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ନେଇ କର୍ମଶାଳା
କୋଣାର୍କ,୧୪.୧୧()- ଭାରତ ସୋଲାର ଆଗ୍ରୋ ଇନ୍ଫ୍ରା ଲିମିଟେଡ ପକ୍ଷରୁ ଶୁକ୍ରବାର ଅପରାହ୍ନରେ କୋଣାର୍କ ମହାଲକ୍ଷ୍ମୀ ପ୍ୟାଲେସ ରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ନେଇ କର୍ମଶାଳା ଓ ସଂଯୋଜକ ନିଯୁକ୍ତି କାର୍ଯକ୍ରମ ଆୟୋଜିତ ହୋଇଯାଇଛି। ଭାରତ ସୋଲାର ଓଡ଼ିଶା ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ବ୍ୟବସାୟିକ ପୋମଟର ଅକ୍ଷୟ କୁମାର ପାଢ଼ୀ, ଆଞ୍ଚଳିକ ପ୍ରବନ୍ଧକ ମନୋଜ କୁମାର ସେଠୀ ଓ ପ୍ରକଳ୍ପ ପରିଚାଳନା ଅଧିକାରୀ ଚନ୍ଦ୍ର ଶେଖର ରାୟ ଓ ପୁରୀ ଜିଲ୍ଲା ସଂଯୋଜକ ରଙ୍କନିଧି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ କିପରି ଗ୍ରାମାଞ୍ଚଳରେ ମାଗଣା ସୋଲାର ବିଦ୍ୟୁତ୍ ପାଇ ପାରିବେ ସେ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବ୍ଲକ ପାଇଁ ସଂଯୋଜକ ମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା। ଲୋକଙ୍କୁ ସରଳ, ସହଜ ଓ ବିନା ମୂଲ୍ୟରେ ଆବଶ୍ୟକ ସହଯୋଗ ଯୋଗାଇ ଦେବା ସହ କିପରି ମାଗଣା ବିଦ୍ୟୁତ୍ ପାଇ ପାରିବେ ତାହା ଉପରେ ଆଲୋକପାତ କରାଯାଇଥିଲା। ବ୍ୟାଙ୍କ୍ ସହଯୋଗ, ସବସିଡି ସହ କିପରି ଲୋକମାନେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ମାଗଣା ବିଦ୍ୟୁତ୍ ସଂଯୋଗ କରି ପାରିବେ ତାହା ଉପରେ କର୍ମଶାଳା ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
