ବିଶ୍ୱ ଏଡ଼ସ୍ ଦିବସ

ସଞ୍ଜମତା, ସଚେତନତା ଏଡ଼ସ୍ ଠାରୁ ଦୂରେଇ ରହିବାର ପନ୍ଥା ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ୍ ଦିବସ ପାଳିତଭଦ୍ରକ ତା ୦୧.୧୨.୨୪ ରିଖ। ଡିସେମ୍ବର ୧ ତାରିଖକୁ ପ୍ରତିବର୍ଷ ବିଶ୍ଵ ଏଡସ୍ ଦିବସ ଭାବେ ପାଳନ କରାଯାଇ ଆସୁଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ ଏହି ଦିନଟିକୁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପାଳନ କରାଯାଇଛି ।ଦୁରାରୋଗ୍ୟ ଭାବେ ବିବେଚିତ ମହାମାରୀ ଏଡ଼ସ୍ ରୋଗର ସଂକ୍ରମଣ ରୋକିବା ନେଇ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ପତାକା ପ୍ରଦର୍ଶନ କରି ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଲାୟନ୍ସ କ୍ଲବର ସଭାପତି ଅଶୋକ ମହାନ୍ତି ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଶୁଭମ୍ ନସିଂ ହୋମ ଏବଂ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ର, ଛାତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଏଡ଼ସ୍ ସଚେତନତା ବାର୍ଭା ସମ୍ବଳିତ ପ୍ଲାକାର୍ଡ଼ ପ୍ରଦର୍ଶନକରି ସ୍ଲୋଗାନ ଦେଇଥିଲେ ।

ପଦଯାତ୍ରା କାର୍ଯ୍ୟକ୍ରମର ଶେଷ ଭାଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସି.ଡ଼ି.ଏମ୍.ଓ. ସୁଧାଂଶୁ ଶେଖର ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡ଼ି.ପି.ଏଚ୍.ଓ.ଟି.ବି., ଡା. ସନ୍ତୋଷ କୁମାର ପୃଷ୍ଟି, ଡି.ପି.ଏମ୍. ସରିତା ମହାପାତ୍ର, ଫେଲୋସିପ୍ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ସଭାପତି ଲାୟନସ୍ କ୍ଲବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଡ଼ସ୍ ସଚେତନତା ନେଇ ଚଳିତ ବର୍ଷ ପାଇଁ ରଖାଯାଇଥୁବା ବିଷୟ ‘ ଅଧୂକାରର ସଠିକ୍ ମାର୍ଗ ଅନୁସରଣ କରିବା’ ଶୀର୍ଷକ ଉପରେ ଆଲୋକପାତ କରିଥିଲେ ।ଆଚରଣ ଓ ଉଚ୍ଚାରଣରେ ଆମେ ସମସ୍ତେ ସଞ୍ଜମତା ଅବଲମ୍ବନ କଲେ ସମାଜକୁ ନିଶ୍ଚେ ଏଡ଼ସ୍ ମୁକ୍ତ କରିପାରିବା ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଡ଼ସ୍ ର ନିରାକରଣ ନେଇ ସମସ୍ତ ପ୍ରକାର ସତର୍କତା ସମ୍ବନ୍ଧରେ ଏବେବି ଜନ ସଚେତନ‌ତାର ଆବଶ୍ୟକ ଅଛି । ରୋଗକୁ ଘୃଣା କରିବା ମାତ୍ର ରୋଗୀକୁ ନୁହେଁ । ଏବେ ବି ଯେଉଁମାନେ ଏଡ଼ସ ସହ ଜୀବନ ଜୀଉଁଛନ୍ତି ସେମାନଙ୍କ ଅଧିକାର ପ୍ରତି ଆମେ ସମସ୍ତେ ସମ୍ବେଦନଶୀଳ ହେବା ଆମର କର୍ତବ୍ୟ ବୋଲି ଅତିଥିମାନେ ବକ୍ତବ୍ୟ ଜରିଆରେ ମତାମତ ପ୍ରକାଶ କରିଥିଲେ ।ଏହି ଦିବସ ପାଳନ ଉପଲକ୍ଷେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଏରେଇଁ, ଚରମ୍ପା ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସନ୍ଧ୍ୟା ୫ ଟାରେ ରେଳଷ୍ଟେସନ୍, ଚରମ୍ପା ଠାରେ ଏଡ଼ସ୍ ସଚେତନତା ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହୋଇଥିଲା । ଡି.ପି.ଏମ୍.ଡ଼ି.ଏ.ପି.ସି.ୟୁ., ଦେବବ୍ରତ ମହାପାତ୍ର ଙ୍କ ସଂଯୋଜନାରେ ଏହି ଦିବସ ପାଳନ ଭିଭିକ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *