ବିବେକାନନ୍ଦ କେନ୍ଦ୍ର ତରଫରୁ “ବିଶ୍ବ ଭ୍ରାତୃତ୍ବ ଦିବସ” ପାଳିତ
ବିବେକାନନ୍ଦ କେନ୍ଦ୍ର ତରଫରୁ “ବିଶ୍ବ ଭ୍ରାତୃତ୍ବ ଦିବସ” ପାଳିତଗୋପ (୧୩/୦୯) : ଭାରତୀୟ ସଂସ୍କୃତିର ମହାନାୟକ ଓ ସନାତନ ଧର୍ମର ଶ୍ରେଷ୍ଠ ପ୍ରଚାରକ ତଥା ପ୍ରତ୍ୟେକ ଯୁବ ଭାରତୀୟଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି “ସ୍ବାମୀ ବିବେକାନନ୍ଦ” । ଚିକାଗୋ ଧର୍ମ ସମ୍ମିଳନୀରେ ଦେଇଥୁବା ଉଜୟିନୀ ବତୃତା ଦ୍ୱାରା ସାରା ବିଶ୍ୱକୁ ବିମୋହିତ କରିଦେଇଥିଲେ । ସେହି ସ୍ମୃତିକୁ ସ୍ମରଣୀୟ କରିବାପାଇଁ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ଶାଖା-କୁଶୁପୁର ତରଫରୁ “ବିଶ୍ବ ଭ୍ରାତୃତ୍ବ ଦିବସ” ପାଳିତ ହୋଇଯାଇଅଛି । ଏହି ଅବସରରେ ସ୍ଥାନୀୟ କୁଶୁପୁର ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ପୁରୀର ମହିପ୍ରକାଶ ମଠର ସ୍ବାମୀ ରମେଶାନନ୍ଦ ସରସ୍ୱତୀ ଯୋଗ ଦେଇଥିଲେ । ସେହି ପରି ମୁଖ୍ୟବଳା ଭାବେ ଯୋଗଦେଇ ସ୍ବାମୀ ଶୁଭାନନ୍ଦ ମହାରାଜ, ସ୍ବାମୀ ବିବେକାନନ୍ଦଙ୍କ ନୀତି ଆଦର୍ଶ, ବାଣୀ ଓ ଜୀବନଶୈଳୀକୁ ପାଥେୟ କରି ଆଜିର ଯୁବକ ମାନେ ଆଧୁନିକ ସମାଜକୁ ଜୟ କରି ବିଶ୍ବବିଜୟୀ ହୋଇ ପାରିବେ । ସେହିପରି ସମ୍ମାନିତ ଅତିଥି ଭାବେ ପୂରୀର ସଂସ୍କୃତ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଶ୍ରୀଯୁକ୍ତ ହରମୋହନ ମିଶ୍ର ଯୋଗଦେଇ ସ୍ବାମିଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ବିବେକାନନ୍ଦ କେନ୍ଦ୍ର କୁଶୁପୁର ଶାଖାର ସଂଯୋଜକ ଶ୍ରୀ ବେଣୁଧର ପାଇକରାୟଙ୍କ ସଭାପତିତ୍ଵ ଓ କୋଣାର୍କ ଭଗବତୀ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉଚ୍ଚ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀ ରବିନ୍ଦ୍ରନାଥ ପ୍ରଧାନ ଅତିଥି ପରିଚୟ ଓ ଶ୍ରୀ ରଶ୍ମୀରଂଜନ ପଟ୍ଟନାୟକ ବିବେକାନନ୍ଦ କେନ୍ଦ୍ରର ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ବିଭିନ୍ନ କଲେଜର ଶତାଧିକ ଛାତ୍ରଛାତ୍ରୀଙ୍କୁ ସ୍ବାଧ୍ୟାୟ ପ୍ରତିଯୋଗୀତାରେ କୃତିତ୍ତ୍ର ପାଇଁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଶ୍ରୀ ଆଶିଷ କୁମାର ସ୍ବାଇଁ ଓ ଶାଶ୍ୱତ ରଂଜନ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
