ବିଶ୍ୱଶ୍ରେଣୀୟ ଷ୍ଟିଲ୍‌ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର,୮ା୪: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବାଣିଜି୍ୟକ କାର୍ଯ୍ୟକଳାପକୁ ନେଇ କ୍ରିସିଲ ଏଏ ରେଟିଂ ପଜିଟିଭକୁ ବୃଦ୍ଧି କରାଇଛି। ଏହି ସମୟରେ ସ୍ବଳ୍ପକାଳୀନ ବ୍ୟାଙ୍କ ସୁବିଧା ଉପରେ ମୂଲ୍ୟାୟନ କ୍ରିସିଲ ଏ୧+ରେ ପୁନଃ ପ୍ରମାଣିତ ହୋଇଛି। ଏପରିକି କମ୍ପାନୀର ଉନ୍ନତ ବ୍ୟବସାୟ ଉପରେ ସକାରାତ୍ମକ ପ୍ରଭାବ ମଧ୍ୟ ଏଥିରୁ ସ୍ପଷ୍ଟ ହୋଇଛି। ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଏକ ସ୍ଥାୟୀ ଇକୋ ସିଷ୍ଟମ ଉପରେ ଆମର ଧ୍ୟାନ କେନ୍ଦ୍ରିତ ରହିଛି। ଏହା ସହ ବର୍ଦ୍ଧିତ ଷ୍ଟିଲ୍‌ର ଚାହିଦା ପୂରଣ ଲାଗି ଆମେ ବିଶ୍ୱଶ୍ରେଣୀୟ ଷ୍ଟିଲ୍‌ ଉପତ୍ାଦନ ଲକ୍ଷ୍ୟରେ ନିଜର ପ୍ରୟାସକୁ ଜାରି ରଖିବାକୁ ଚାହୁଁଛୁ। ସେହିଭଳ କ୍ରିସିଲ ରେଟିଂ ଦ୍ୱାରା ନବୀକରଣ ହୋଇଥିବା ଦୃଷ୍ଟିକୋଣ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ଦୃଢ଼ ବ୍ୟବସାୟ ମୌଳିକତା ଓ ପରିବେଶ ତଥା ସାମାଜିକ କୁପ୍ରଭାବକୁ ହ୍ରାସ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ।

Leave a Reply

Your email address will not be published. Required fields are marked *