ବିଶ୍ଵ ନାରିକେଳ ଦିବସ
ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପୁରୀ
ବିଶ୍ଵ ନାରିକେଳ ଦିବସ
ସ୍ବାସ୍ଥ୍ୟ ପକ୍ଷେ ନଡିଆର ଉପକାରିତା ଏବଂ ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 2 ତାରିଖରେ ବିଶ୍ବ ନଡ଼ିଆ ଦିବସ ପାଳନ କରାଯାଏ। ନଡିଆରେ ଅନେକ ପ୍ରକାର ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ।
ଆଜି ବିଶ୍ୱ ନଡ଼ିଆ ଦିବସ , ନଡ଼ିଆ ଉତ୍ପାଦନରେ ଓଡ଼ିଶା ଦେଶରେ ପଞ୍ଚମ, ଜଳ ରୁ ଯାଳ ପର୍ଯ୍ୟନ୍ତ ଏହା ସଭିଙ୍କ କଲ୍ୟାଣରେ ଲାଗେ।
ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ରଖେ ନଡ଼ିଆ
ଏହି ସୁବର୍ଣ୍ଣ ଫଳର ପାଣି ପରି ଏହାର ରସ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏଥିରେ ଲୌରିକ ଏସିଡ ରହିଥାଏ ଏହା ଶରୀରକୁ ଜୀବାଣୁ, କୀଟାଣୁ ଏବଂ କବକ ଦ୍ବାରା ହେଉଥିବା ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ଏହି ପରିପ୍ରେକ୍ଷୀରେ ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପରିବାର ପୁରୀ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ତୋଟା ସାହି ନିବାସୀ ଗଙ୍ଗା ବେହେରା ବୟସ ୬୦ ବର୍ଷ ଙ୍କୁ ପଇଡ ବିକ୍ରି କରି ପରିବାର ପ୍ରତି ପୋଷଣ କରିଆସୁୁଥିବା ହେତୁ ଆଜିର ଦିବସରେ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ୱର୍ଦ୍ଧନା କରାଯାଇଅଛି। ଯରାଶ୍ରମ ର ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ପଇଡ ପାଣି ବ୍ୟବସ୍ଥା କରାଯାଇଥିଲା। ଅନୁଷ୍ଠାନର ଶୁଭ ଚିନ୍ତକ
ରସା ସୁଷମା ସାହୁ , ହିତବ୍ରତ ବାହିନୀପତି, ରାକେଶ ଦାସ ସ୍ଥାନୀୟ ବାସିନ୍ଦା ଯୋଗେନ୍ଦ୍ର ସାହୁ, ସଦସ୍ୟ ସଦସ୍ୟା ପୂର୍ଣ୍ଣିମା ରଥ, ବାସନ୍ତୀ ସାହୁ ସୁଷମା ବେହେରା, ଗାୟତ୍ରୀ ବିଶ୍ଵକର୍ମା ହରଷ ରାଉତ ହରିହର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତି ହୋଇ ସହଯୋଗ କରିଥିଲେ।
ସୁଚରିତା ପାଢି .
ଅଧ୍ୟକ୍ଷା
୭୦୦୮୭୧୧୧୩୮
