ଲୋକ କଳା ଓ ସଂସ୍କୃତି ବିକାଶ ମହା ମଞ୍ଚପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ଅନୁଷ୍ଠିତ
ଲୋକ କଳା ଓ ସଂସ୍କୃତି ବିକାଶ ମହା ମଞ୍ଚ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ଗଞ୍ଜମ ତହସିଲ ସନ୍ତୋଷପୁର ର କାର୍ତିକଢି ଗ୍ରାମ ଠାରେ ଆବାହକ ପି. ହରିକୃଷ୍ଣ ରେଡ୍ଡୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ କୁ ଉପ ଜିଲ୍ଲା ଜିଲ୍ଲା ପାଳଶ୍ରୀଯୁକ୍ତ ଶିବାଶିଷ ବରାଳ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ ମଞ୍ଚ ମହା ରଥି ଶ୍ରୀଯୁକ୍ତ ବିପିନ ମହାପାତ୍ର ଯୋଗ ଦେଇ ଲୋକ କଳା ର ଉତ୍ପତି ବିଶ୍ୱ ନାଟ୍ୟ ଦିବସ ର ତାପ୍ତଯ୍ୟ,ସମାଜରେ କଳା ଓ କଳାକାର ଭୂମିକା, ଅପ୍ରବଂଶ ଭାଷା ସାହିତ୍ୟ ଓ ପଚାତ୍ୟ ସଭ୍ୟତା ର ଅପ ସଂସ୍କୃତି ଆମ ସମାଜ କୁ ପଥ ଭ୍ରଷ୍ଟ କରୁଛି ସେ ସମ୍ପର୍କ ରେ ବକ୍ତବ୍ୟ ରଖି ଥିଲେ ଓ ସନମାନୀୟ ଅତିଥି ଜିଲ୍ଲା ବିଜ୍ଞାନ ସମ୍ବଳ ନିରକ୍ଷକ ଶ୍ରୀଯୁକ୍ତ ବିଘ୍ନ ରାଜ ଦାସ, ଅଧ୍ୟାପିକା ସହିଦ ଭଗତ ସିଂ ମହାବିଦ୍ୟାଳୟ ଖଣ୍ଡ ଦେଉଳି ଶ୍ରୀମତୀ ଏନ. ପଦ୍ମାବତୀ ପୂର୍ବ ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦଣ୍ଡପାଣି ମହାପାତ୍ର, ଲିଙ୍ଗରାଜ ସାହୁ,କନ୍ୟା ଆଶ୍ରମ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ପାଳ ଯୋଗେଶ ଚନ୍ଦ୍ର ସାହୁ,ବିକ୍ରମ ଜେନା,ସମିତି ସଭ୍ୟ ପ୍ରତିନିଧି ଏସ. ରାମଚନ୍ଦ୍ରରେଡ୍ଡୀ. ସରପଞ୍ଚ ପ୍ରତିନିଧି ଭୀମ ସାହୁ ଶିକ୍ଷକ ବସନ୍ତ ସାସମାଲ ବିଶିଷ୍ଟ କଳାକାର ଡ଼ି. ଦୀନବନ୍ଧୁ ରେଡ୍ଡୀ. ଯୋଗଦାନ କରିଥିଲେ ।ଗତ 3ତାରିଖ ରେ ଅନୁଷ୍ଠିତ ଓଡିଶା ନାଟ୍ୟ ଦିବସ ରେପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା 5ଟି ମହା ବିଦ୍ୟାଳୟ ସମେତ 15 ଶିକ୍ଷା ନୁଷ୍ଠାନ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଦେବା 5ଜଣ ସାହିତ୍ୟିକ 30କଳା କାର ଓ ନୃତ୍ୟ ଶିଳ୍ପୀ,ଚିତ୍ରକର,ଲେଖକ,ନାଟ୍ୟକାରଙ୍କୁ ମାନ ପତ୍ର ଦିଆ ଯାଇ ଥୀଲା l ଏହି ଅବସର ରେ ଅଂଚଳ ରେ ନିଷ୍ଠା ର ସହ ଲୋକ ଙ୍କ ପାଇଁ ସାମ୍ବାଦ ପରିବେଷଣ କରୁଥବା ଶବର ତରାଇ,ବିଦ୍ୟାଧର ସାହୁ,ଉମା କାନ୍ତ ବେହରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବ କୁ ସଂଯୋଜକ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସମ୍ପାଦକ ଦଣ୍ଡପାଣି ମହାରଣା, କୋଷାଧକ୍ଷ ଉଲ୍ଲାସଜେନା ପରିଚାଳନା କରିଥିଲେ l.ଗ୍ରାମସଭାପତି କେ. ଡିଲୁରେଡ୍ଡୀ.ପରିଚାଳକ ଡ଼ି.ନରହରି ରେଡ୍ଡୀ , ସଂଯୋଜକ ଶିବ କୁମାର ବେହେରା ଓ ଶ୍ରୀଡ଼ି. ରାମୁଲୁ ସହଯୋଗଓ ସ୍ୱେଚ୍ଛାସେବୀ. ଜି.ଟୁନା ରେଡ୍ଡୀ. ଏ.ଅତୁଲରେଡ୍ଡୀ. ଡ଼ି ମୋହନ ରେଡ୍ଡୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ସଭାପତି ଗ୍ରାମର ପରିଚାଳନା କମିଟି ସମେତ ଗ୍ରାମବାସୀ ଙ୍କୁ କାର୍ଯ୍ୟକ୍ରମ ର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ କୃପାସିନ୍ଧୁ ଗ୍ରୁପ ହୁମା ଦ୍ଵାରା ଓଡିଶୀ ନୁର୍ତ୍ୟ.କଳାକାର ବିଶ୍ଵନାଥ ମୁଦୁଲି ଙ୍କ ଦ୍ଵାରା ଘଡୁକି,ବୈକୁଣ୍ଠମହାରଣା(ମୁନ୍ନା )ମଲାଡ଼ ଦ୍ଵାରା ଦଣ୍ଡ ନାଚଓ କନ୍ୟା ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ଆଦିବାସୀ,ସମ୍ବଲପୁରୀ ନାଚ ଇତ୍ୟାଦି ପରିବେଷଣ କରାଯାଇଥିଲା ।
