ପୃଥିବୀ ସୁରକ୍ଷାରେ ପଞ୍ଚଗବ୍ୟ ର ଭୂମିକା
ପୃଥିବୀ ସୁରକ୍ଷାରେ ପଞ୍ଚଗବ୍ୟ ର ଭୂମିକା।ଆନ୍ତରଜାତୀୟ ପୃଥିବୀ ସୁରକ୍ଷା ଦିବସ ରେ।ଅନ୍ବେଷଣ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଅଦରକାରୀ କୁ ବ୍ୟବହାର କରି ପୃଥିବୀର ଆକୃତି ପ୍ରସ୍ତୁତ କରି ସେଥିରେ ପୃଥିବୀ ର ବିପର୍ଯୟ ର କାରଣ ଏବଂ ସୁରକ୍ଷା ର ଚିତ୍ରିତ କରିଥିଲେ ଏବଂ ଅନ୍ବେଷଣ ର ଛାତ୍ର ଛାତ୍ରୀ ମାନେ ପୃଥିବୀ ସୁରକ୍ଷା ରେ ପଞ୍ଚଗବ୍ୟ ର ଭୂମିକା ବିଷୟରେ ସମାଜ କୁ ବାର୍ତ୍ତା ଦେବା ସହ ପଞ୍ଚଗବ୍ୟ ଦ୍ରବ୍ୟର ପ୍ରସ୍ତୁତି ମଧ୍ୟ କରିଥିଲେ। ଲୋକମାନେ କିପରି ଗାଈର ଗୋବର ଗୋମୂତ୍ର କୁ ଅଦରକାରୀ ଭାବି ଫିଙ୍ଗିଦେଉଛନ୍ତି କିନ୍ତୁ ସେହି ଅଦରକାରୀ ଗୋବର, ଗୋ ମୂତ୍ରରେ,କ୍ଷୀର, ଘିଅ, ଦହି, ର ମିଶ୍ରଣରେ ପଞ୍ଚଗବ୍ୟ ପ୍ରସ୍ତୁତ କରି ଲୋକମାନଙ୍କ ଅତି ଆବଶ୍ୟକ ଦ୍ରବ୍ୟମାନ ପ୍ରସ୍ତୁତ କରୁଛନ୍ତି। (ଦୀପ, ରାକ୍ଷୀ, ବିଭିନ୍ନ ମୂର୍ତ୍ତି,ହୋମ କାଷ୍ଟ, ଏବଂ ବିଭିନ୍ନ ଘରସଜା ସାମଗ୍ରୀ।)ଏହାର ବହୁଳ ବ୍ୟବହାର ଆମେ ରୋଜଗାର କ୍ଷମ ହେବା ସହ ବର୍ଜ୍ୟବସ୍ତୁର ପରିମାଣ କମ ହେବ ଏବଂ ମାଟିର ଉର୍ବରତା ବଢିଥାଏ ଓ ମୂର୍ତ୍ତିକା କ୍ଷେୟ ଏବଂ ଜଙ୍ଗଲ କ୍ଷେୟର ପରିମାଣ କମ ହୋଇଥାଏ।

ଜଳବାୟୁ ପ୍ରଦୂଷଣ ମୁକ୍ତ ହେବା ସହ ଏକ ପବିତ୍ର ବାତାବରଣ ସୃଷ୍ଟି ହୋଇଥାଏ ଓ ଗୋବଂଶ ର ସୁରକ୍ଷା ମଧ୍ୟ ହୋଇଥାଏ। ପିଲାମାନ ଙ୍କ ଭିତରେ ପୃଥିବୀ ସୁରକ୍ଷା ର ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା ଏଥିରେ ଈଶା ହାଲଦାର ପ୍ରଥମ ସ୍ଥାନ,ନାରାୟଣ ବେହେରା ଦ୍ୱିତୀୟ ସ୍ଥାନ,ପ୍ରିୟଙ୍କା ପାଲ ଦ୍ୱିତୀୟ ସ୍ଥାନ, ଏବଂ ବିକାଶ ନାୟକ ତୃତୀୟ ସ୍ଥାନ,ଅଧିକାର କରିଥିଲେ ଏବଂ ପଞ୍ଚଗବ୍ୟ ପ୍ରସ୍ତୁତି ରେ ପାୟଲ ନାୟକ, ବେବିନା, ଖୁସି ଡୋରା ଙ୍କୁ ସଂଯୋଗ ଏବଂ ୟୁନିସେଫ ଅନୁଷ୍ଠାନ ଦ୍ୱାରା ପିଲାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜ ସେବି କୈଳାଶ ଟିକାୟତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ। ଆଇନଜୀବୀ ବିପିନ ବିହାରୀ ଦଳାଇ, ସଂଯୋଗ ଅନୁଷ୍ଠାନ ର ପ୍ରୋଜେକ୍ଟ ଡିରେକ୍ଟର ପ୍ରଶାନ୍ତ ପାଲଟାସିଙ୍ଗ ସାର, ଅନୁଷ୍ଠାନର ସଦସ୍ୟ ନିରଂଜନ ପ୍ରଧାନ, ସନ୍ତୋଷ କୁମାର ରାଉତ, ସିପାଲି ବାରିକ, କ୍ଷିତୀଶ ନାୟକ ଶୁଭଲକ୍ଷ୍ମୀ ପ୍ରଧାନ, ବର୍ଷା ହାଲଦାର, ଲିକୁ, ନନ୍ଦିନୀ, ଓମ,ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
