ବିଶ୍ଵ ଆର୍ଥ ପାୱାର ଦିବସ
ସମଗ୍ର ବିଶ୍ବରେ ପାଳନ ହେବାକୁ ଯାଉଛି ଆର୍ଥ ଆୱାର । ଘଣ୍ଟାକ ପାଇଁ ଅନ୍ଧାର ହେବ ଦୁନିଆ । ଏହି ଦିବସଟି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୮ତାରିଖରେ ପାଳିତ ହୋଇଥାଏ। ଆଜି ରାତି ସାଢେ ଆଠଟା ରୁ ସାଢେ ନଅଟା ପର୍ଯ୍ୟନ୍ତ ଏହି ଆର୍ଥ ଆୱର ପାଳନ କରାଯିବା ସହ ସେହି ୧ ଘଣ୍ଟା ବିନା ବିଦ୍ୟୁତରେ ବିତାଇବେ ବିଶ୍ୱବାସୀ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି । switch off ,GIVE AN HOUR FOR EARTH ର ବାର୍ତ୍ତା ଏହି ବାଲୁକାକଳା ମାଧ୍ୟମରେ ଦେଇଛନ୍ତି ସୁଦର୍ଶନ । ୨୦୦୭ ରୁ ଅଷ୍ଟେଲିଆ ସିଡିନି ଠାରୁ ଆରମ୍ଭ ହୋଇଥିବା ଏହି ଦିବସ ୨୦ ବର୍ଷରେ ପଦାର୍ପଣ କରିଛି l ଏହି ଦିବସ ସାରା ବିଶ୍ୱରେ ପାଳିତ ହେଉଥିବା ବେଳେ ୧୯୦ ଦେଶ ଏହାକୁ ପାଳନ କରିଆସୁଛନ୍ତି । ସମସ୍ତ ଅନାବଶ୍ୟକ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବାକୁ ବାଲୁକାକଳା ମାଧ୍ୟମରେ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶନ l ବାଲୁକାକଳାରେ ସୁନ୍ଦର ଭାବରେ ଲାଇଟ ବଲବ ଗୁଡିକୁ ସଜାଯାଇଛି । ଏହି ଦିବସକୁ ପାଳନ କରିବା ପାଇଁ ୧ ଘଣ୍ଟା ଅନ୍ଧାରରେ ରହିବାକୁ ପଡେ। ହେଲେ ଯେତିକି ପରିମାଣର ବିଦ୍ୟୁତ ଏହି ଦିନରେ ସଞ୍ଚୟ ହେବ । ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବା ଦିଗରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l
