ବଡ଼ଗଡ଼ ବନବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ
Date – 06/06/2025Place – ସୋରଡ଼ା ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ବନବିଭାଗ ତରଫରୁ ବିଜୁ ପଟ୍ଟନାୟକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟଠାରେ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ବଡ଼ଗଡ଼ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ଶବର ,ବନବିଭାଗର ବୋହୁ ବରିଷ୍ଠ ଅଧିକାରୀ, ବୋହୁ ବନ କର୍ମଚାରୀ, ବିଦ୍ୟାଳୟର ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା , ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରି ବରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ l ବିଭିନ୍ନ କାରଣରୁ ବଢିଚାଲିଥିବା ବାୟୁ ପ୍ରଦୂଷଣ ଓ ବୋହୁଳ ପରିମାଣରେ ହେଉଥିବା ପଲିଥିନ ବୌବହାରକୁ ଆମେ କିଭଳି କମ୍ କରିବା ଏବଂ ବୃକ୍ଷ୍ୟ ରୋପଣ କରିବା ସହ ଜଙ୍ଗଲକୁ କିଭଳି ସୁରକ୍ଷା ଦେବା ସେ ବିଷୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ସମସ୍ତ ଅତିଥି ଓ ପ୍ଲାଷ୍ଟିକ ପ୍ରଦ୍ୟୁଷଣକୁ ପରାସ୍ତ କରିବା ପାଇଁ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ମାନେ ଶପଥ ନେଇଥିଲେ l ଏବଂ ବଡ଼ଗଡ଼ ବଜାରରେ ଏକ ପଦଯାତ୍ରା ମାଧ୍ୟମରେ ବନକର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ପ୍ଲାଷ୍ଟିକ ପ୍ରଦ୍ୟୁଷଣକୁ ରୋକିବା ଏବଂ ପରିବେଶକୁ ସୁରକ୍ଷା ଦେବା ପାଇଁ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ l ପରିଶେଷରେ ବିଦ୍ୟାଳୟ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଦ୍ୱାରା ବୋହୁ ମୂଲ୍ୟବାନ ବୃକ୍ଷ୍ୟ ରୋପଣ କରାଯାଇଥିଲା l
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
