ବିଶ୍ଵପ୍ରସିଦ୍ଧ ରଥଯାତ୍ରା

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରା ସହ ଜଡିତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ୍। ବୈଠକରେ ମାଷ୍ଟରପ୍ଲାନ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ଚଳିତ ରଥଯାତ୍ରାରେ ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଡ୍ରେନେଜ ବ୍ୟବସ୍ଥାରେ ସୁଧାର,,,ପାର୍କିଂ ଇସୁ,,ରଥଯାତ୍ରା ସମୟରେ ବିଭିନ୍ନ ଜାଗାରେ ମେଡିକାଲ୍ ବ୍ୟବସ୍ଥା,, ଟ୍ରାନସଫରମର କେଉଁଠି ଲାଗିବ,,,ପୋଲିସ ପ୍ରଶାସନ ଦ୍ବାରା ଭିଡ ନିୟନ୍ତ୍ରଣ,,,ରେଳବିଭାଗର ବଳକା କାମ ଶେଷ କରିବା,,ରାସ୍ତା ଉପରୁ ଜବରଦଖଲ ହଟାଇବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କାର୍ଯ୍ୟକୁ ଏକ ଡେଡ୍ ଲାଇନ୍ ଅବଧି ମଧ୍ୟରେ ସାରିବାକୁ ନିର୍ଦ୍ଧେଶ ଦିଆଯାଇଥିବା ମଧ୍ୟ ଜିଲ୍ଲାପାଳ କହିଛନ୍ତି। ପୂର୍ବ ବର୍ଷର ତ୍ରୁଟି ବିଚ୍ୟୁତିକୁ ସୁଧାରିବା ସହ ଚଳିତ ରଥଯାତ୍ରାର ସୁପରିଚାଳନା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଅନୁଷ୍ଠିତ ବୈଠକରେ ଏସପି,, ଡିଏଫଓ,,ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *