କୋଣାର୍କରେ ବିଶ୍ଵ ବନ ଦିବସ ପାଳିତ ।
କୋଣାର୍କରେ ବିଶ୍ଵ ବନ ଦିବସ ପାଳିତ ।
କୋଣାର୍କ- କୋଣାର୍କ ନିକଟସ୍ଥ ନୂଆଗାଁ ଆର୍ତ୍ତତ୍ରାଣ କର୍ତିକେଶ୍ଵର୍ ବିଦ୍ୟାପୀଠ ପରିସରରେ କୋଣାର୍କ ବନବିଭାଗ ଓ ବିଦ୍ୟାଳୟର ଜାତୀୟ ସବୁଜ ବାହିନୀ ପକ୍ଷରୁ ମିଳିତ ଭାବେ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ କୋଣାର୍କ ବନବିଭାଗ ର ରେଞ୍ଜର ସୁଦର୍ଶନ ଦେହୁରୀ ଯୋଗଦେଇ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।
ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି ଙ୍କ ପୌରୋହି ତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବରେ ପଣ୍ଡିତ ରବିନ୍ଦ୍ର କୁମାର ଦ୍ୱିବେଦୀ , ସମାଜସେବୀ ନିରଞ୍ଜନ ତ୍ରିପାଠୀ, ବନ ବିଭାଗର ରାକେଶ କୁମାର ପତି, କାର୍ତ୍ତିକ କୁମାର ନାୟକ ପ୍ରମୁଖ ଯୋଗଦେଇ ବ୍ୟାପକ ବୃ୍ଷରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଶେଷକରି ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ସହ ଗାଁ ଗାଁ ରେ ବ୍ୟାପକ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଶିକ୍ଷକ ମାନସ କୁମାର ମୁଦୁଲି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।
