ଗୋବିନ୍ଦପୁର ମଣ୍ଡଳ ଡେଙ୍ଗାପଦରରେ ବିଶ୍ବ ହିନ୍ଦୁ ସମ୍ମିଳନୀ

ଗୋବିନ୍ଦପୁର ମଣ୍ଡଳ ଡେଙ୍ଗାପଦରରେ ବିଶ୍ବ ହିନ୍ଦୁ ସମ୍ମିଳନୀ
ଶେରଗଡ ୫/୦୨/୨୬ ହିନ୍ଦୁ ସମାଜକୁ ଏକତାର ବନ୍ଧନରେ ବାନ୍ଧି ରଖୁବା ଉଦ୍ଦେଶ୍ୟରେ ସାରାଦେଶରେ ହିନ୍ଦୁ ସମ୍ମିଳନୀ ପାଳନ କରାଯାଉଛି । ସେହିଭଳି ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ ଖଣ୍ଡ ଗୋବିନ୍ଦପୁର ମଣ୍ଡଳ ଡେଙ୍ଗାପଦର ଠାରେ ଅଖଣ୍ଡ ଭାରତ ଲକ୍ଷ ନେଇ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ଧର୍ମୀୟ ଭାବନାରେ ସଂକୀର୍ତନ ମଣ୍ଡଳୀ ନଗର ପରିକ୍ରମା କରି ଆମନ୍ତ୍ରିତ ହୋଇଆସିଥିବା ମହାନ ପ୍ରବକ୍ତାମାନଙ୍କ ଦ୍ବାରା ପ୍ରଦିପ ପ୍ରଜ୍ବଳନ କରାଯାଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୁ ଜାଗରଣ ପାଇଁ ହେଉଥିବା କାର୍ଯ୍ୟ ଧାରାକୁ ନୂତନ ଶକ୍ତି ଓ ଚେତନା ପ୍ରଦାନ କରିବା ଉଦ୍ଦେଶ୍ୟରେ ” ସମଗ୍ର ହିନ୍ଦୁ ସମାଜ “ ଦ୍ବାରା ସନାତନ ସଂସ୍କୃତି ଓ ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତୀକ ଭାବରେ ଏହି ହିନ୍ଦୁ ସମ୍ମିଳନୀ ର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ମହନ୍ତ ଶ୍ରୀ ସୁନ୍ଦରାରାମ ଦାସ ଜି ମହାରାଜ ବେଳେ ସନ୍ଥ ଶ୍ରୀ କମଳାକ୍ଷା ଦାସ ମହାରାଜ ମୁଖ୍ୟ ବ୍ୟକ୍ତା ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଞ୍ଜାମ ଜିଲ୍ଲା ପ୍ରଚାରକ ଶ୍ରୀ ରଶ୍ମୀ ରଞ୍ଜନ ମହାଙ୍କୁଡ ମଞ୍ଚାସୀନରେ ଡେଙ୍ଗାପଦର ଶ୍ରୀ ରଘୁନାଥ ମଠର ମହନ୍ତ ଶ୍ରୀ ପରମାନନ୍ଦ ଦାସ ଜୀ ମହାରାଜ ସଭାପତିତ୍ବରେ ମଞ୍ଚ ପରିଚାଳନା କରିଥିଲେ । ସଂଯୋଜକ ଭାବେ ପିଙ୍କୁ ସ୍ବାଇଁ, କାହ୍ନୁ ଚରଣ ବିଶ୍ୱାଳ, ଉପ ସଭାପତି ସ୍ୱରାର୍ଯ୍ୟ ପାତ୍ର ,ବ୍ୟବସ୍ଥା ପ୍ରମୁଖ ରାମକୃଷ୍ଣ ପୋଲାଇ, କୃଷ୍ଣ ଚନ୍ଦ୍ର ଦାସ, ଟୁଙ୍ଗୁରୁ ସ୍ବାଇଁ, ମଙ୍ଗୁଳୁ ସ୍ବାଇଁ, ଶ୍ରୀଧର , ଗୋବିନ୍ଦପୁର ମଣ୍ଡଳ ର ସମସ୍ତ ଗ୍ରାମ ର ସଂକ୍ରିତନ ମଣ୍ଡଳୀ , ସମସ୍ତ ସମାଜ କୁଳ ପଦାଧିକାରୀ,ବହୁ ଯୁବ ଗୋଷ୍ଠୀ, ବରିଷ୍ଠ ନାଗରିକ ଓ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତରେ ଶାନ୍ତି ଶୃଙ୍ଖଳାର ବିଶ୍ଵ ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *