ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିସବ ପାଳିତ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିସବ ପାଳିତତା ୧୦.୧୨.୨୦୨୫ରିଖ: ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ୍ତ କାର୍ଯ୍ୟକ୍ରମ ଅନୁସାରେ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଲଙ୍ଗ, ଭଦ୍ରକଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଥମେ ଏକ ଶୋଭାଯାତ୍ରା ବାହାରି ସଚେତନତା ନିମିତ୍ତ ଛାତ୍ରଛାତ୍ରୀ ମାନେ ସୂଚନା ଫଳକଧରି ସ୍ଲୋଗାନ ଦେଇ ଆଗେଇ ନେଇଥିଲେ। ତତ୍‌ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗନେଇ ଅତିଥିମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ, ଶ୍ରୀ ପୁଣ୍ୟଶ୍ଳୋକ ରଥ ନିଜ ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଉତ୍ତମ ତଥା ସଚେତନଶୀଳ ନାଗରିକ ହେବା ପାଇଁ କହିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକାରୀ, ଭଦ୍ରକ, ଶ୍ରୀ ସମ୍ବିିତ ମାଝି ନିଜ ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କୁ ଏହି ଦିବସର ତାତ୍ପର୍ଯ୍ୟ ବୁଝାଇବା ସହ ଏହି ବୟସରେ ସମୟର ସତ୍ ଉପଯୋଗ କରିବା ପାଇଁ ପିଲାମାନଙ୍କୁ ବୁଝାଇଥିଲେ। ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଟୁନଟୁନ ସାହା, ଯୋଗଦେଇଥିଲେ। ଶିକ୍ଷୟିିତ୍ରି କାଦମ୍ବିନୀ କର ଶର୍ମା ଏହି କାର୍ଯ୍ୟକ୍ରମଟିର, ପ୍ରାରମ୍ଭିକ ଉଦ୍‌ବୋଧନ ମାଧ୍ୟମରେ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଲ.ଏ.ଡିସ. ଏସ. ସହାୟକ ତଥା ନ୍ୟାୟ ରକ୍ଷକ ବହ୍ନିଶିଖା ବିଶ୍ୱାଳ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଏହି ବିଶ୍ୱ ମାନବିକ ଅଧିକାର ଦିବସ ସଂପର୍କରେ ସମ୍ୟକ ଆଲୋଚନା କରି ପିଲାମାନଙ୍କୁ କହିଥିଲେ ଯେ ସମସ୍ତେ ଉତ୍ତମ ଶିକ୍ଷା ପାଇଁ ନିଜକୁ ଭଲ ରୂପେ ଗଢ଼ି ତୋଳିବା ଆବଶ୍ୟକ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀ ଗଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ ରୂପେ ଆଗେଇ ନେଇଥିଲେ।

Leave a Reply

Your email address will not be published. Required fields are marked *