ବିଶ୍ଵ ଆଦିବାସୀ ଦିବସ -୨୦୨୫

ବିଶ୍ଵ ଆଦିବାସୀ ଦିବସ -୨୦୨୫ ପାଇଁ ପ୍ରସ୍ତୁତି ବୈଠକ
ରାୟଗଡ଼ା-୬/୭-ଆସନ୍ତା ଅଗଷ୍ଟ ମାସ ୯ ତାରିଖ ଦିନ ଜିଲ୍ଲାସ୍ତରୀୟ ବିଶ୍ଵ ଜନଜାତି ଦିବସ ଜିଲ୍ଲା ଆଦିବାସୀ ସମାଜ ତରଫରୁ ପାଳନ କରିବା ନିମନ୍ତେ ଆବାହକ ଦୁର୍ଗା ଚରଣ ମାଣ୍ଡାଙ୍ଗିଙ୍କ ସଭାପତିତ୍ଵରେ ଏକ ପ୍ରସ୍ତୁତି ବୈଠକ ହୋଟେଲ ଅଶୋକରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ ବିଧାୟକ ଆପାଲା ସ୍ଵାମୀ କାଡ୍ରାକା ଯୋଗ ଦେଇ କହିଲେ ବିଭିନ୍ନ ରାଜନୈତିକ ଦଳ ବା ଅନ୍ୟ କ୍ଷେତ୍ରରେ ଥିଲେ ମଧ୍ୟ ଆଦିବାସୀଙ୍କ ସାମୁହିକ କାର୍ଯ୍ୟକ୍ରମରେ ଏକାଠି ହେବାକୁ ପଡିବ। ବୈଠକରେ ସମାଜର ବିଭିନ୍ନ ସମସ୍ୟା ଓ ଉର୍ଣ୍ଣୟନ ତଥା ସାସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା।

ମଞ୍ଚାସିନ ଥିଲେ ଅବସରପ୍ରାପ୍ତ ଓଏଏସ୍ ଆଧିକିରୀ ଗୋପିନାଥ ସାରାକା କାର୍ଯ୍ୟକାରୀ ସଭାପତି ଚକ୍ରଧର ଵିଡିକା ,ସହ ଆବାହକ ସାମ୍ଵେୟା କଣ୍ଡାଗରି, ଦିବସଟିକୁ ସୁରୁଖୁରୁରେ ପାଳନ କରିବା ନିମନ୍ତେ ବିଭିନ୍ନ ଉପ କମିଟି ଯଥା ଷ୍ଟେଜ କମିଟି, ଆୟୋଜନ କମିଟି, ଖାଦ୍ୟ କମିଟି,ପ୍ରସେଶନ କମିଟି,ସାସ୍କୃତିକ କମିଟି, ପ୍ରଚାର ପ୍ରସାର କମିଟି,ପାଣ୍ଟି କମିଟି, ଆଇନ ଗତ କମିଟି,ଏପରି ବିଭିନ୍ନ କମିଟି ଗଠନ କରାଯାଇଛି। ଜିଲ୍ଲାର ସମସ୍ତ ଵ୍ଳକରୁ ଦଶପନ୍ଦର ହଜାର ଲୋକଙ୍କ ସମାଗମରେ ଆଡ଼ମ୍ବର ସହିତ ପାଳନ କରିବା ନିମନ୍ତେ ସ୍ଥିର କରାଗଲା ।ବୈଠକରେ ବରିଷ୍ଠ ଆଦିବାସୀ ଵ୍ୟକ୍ତିଵୃନ୍ଦ ,ସାହେବ ଜାକାକା, ବୃନ୍ଦାବନ ମାଣ୍ଡାଙ୍ଗି, ସୁନ୍ଦା ରାଓ ଵିଡିକା, ଓଡ଼ିଶା ଆଦିବାସୀ ମହାସଙ୍ଘର ସଭାପତି ରାୟଗଡ଼ ଶାଖା, ବସନ୍ତ କୁମାର ପେଦେଣ୍ଟି,ଵି ଏନ୍ ରାଓ,ଜଳନ୍ଧର ପୁସିକା, ଲକ୍ଷ୍ମଣ ମିନିଆକା ଉପସ୍ଥିତ ଥିଲେ।ପରିଚାଳନା କରିଥିଲେ ଗଙ୍ଗାଧର ପୁଆଲା,ହର ପ୍ରସାଦ ହେପୃକା । ଧନ୍ୟବାଦ ଅର୍ପଣ କରିଥିଲେ ସହ ଆବାହକ ସାମ୍ଵେୟା କଣ୍ଡାଗିରି।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *