ପବିତ୍ର ବିଶ୍ୱ ମହିଳା ଦିବସ ଅବସରରେ ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦପକ୍ଷରୁ ୟୁଥ ହଷ୍ଟେଲରେ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର

ପବିତ୍ର ବିଶ୍ୱ ମହିଳା ଦିବସ ଅବସରରେ ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦପକ୍ଷରୁ ୟୁଥ ହଷ୍ଟେଲରେ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର *************************ତା..୦୮..୦୩..୨୦୨୫:ପବିତ୍ର ବିଶ୍ୱ ମହିଳା ଦିବସ ଅବସରରେ ଶ୍ରୀକ୍ଷେତ୍ର ପୁରୀର ଲେଖିକା ସାହିତ୍ୟ ଅନୁଷ୍ଠାନ ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ଆଲୋଚନା ଚକ୍ର , କବିତା ଆସର ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମତା.୦୮.୦୩.୨୦୨୫ରିଖ ଶନିବାର ସମୟ ଅପରାହ୍ନ ୦୪ଘଟିକା ସମୟରେ ୟୁଥ ହଷ୍ଟେଲର ସଭାଗୃହରେ ସଭାପତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ମହୋଦୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ଆସରକୁ ଉଦ୍ ଘାଟନ କରିଥିଲେ ଉଦ୍ ଘାଟକ ତଥା ସଭାର ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ , ମୁଖ୍ୟ ବକ୍ତା ଭାବରେଅଧ୍ୟାପକ ଡକ୍ଟର ପ୍ରମୋଦ କୁମାର ଦଳାଇ , ସମ୍ମାନନୀୟ ଅତିଥି ବରିଷ୍ଠ କବୟିତ୍ରୀ ସୁଶ୍ରୀ ହରପ୍ରିୟା ସାହୁ ଏବଂ ବିଶିଷ୍ଠ ଅତିଥି ଭାବରେ ପ୍ରିୟପତ୍ରର ସମ୍ପାଦକ ଅଧିବକ୍ତା ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦ ପଙ୍କଜରେ ଉପସ୍ଥିତ ସାରସ୍ୱତ ସ୍ରଷ୍ଟା ଗଣ ଭକ୍ତି ନୈବେଦ୍ୟ ଅର୍ପଣ କରିବା ଅବସରରେ କଣ୍ଠଶିଳ୍ପୀ ସୁଶ୍ରୀ ମୀରା ମହାନ୍ତି ଭକ୍ତି ସଙ୍ଗୀତ ଗାନ କରିଥିଲେ । ଏହି ମହାର୍ଘ୍ୟ ଅବସରରେ ସଭାପତି ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଅନୁଷ୍ଠାନ ଗଠନର ଲକ୍ଷ୍ୟ କେବଳ ନିଜ ନିଜ କବିତା ଗାୟନ ନୁହେଁ ସାହିତ୍ୟ ଆଲୋଚନା ଏବଂ ବରିଷ୍ଠ ଗୁରୁ ତୁଲ୍ୟ କବିଙ୍କ ପାଖରେ ଆପଣା ସୃଷ୍ଟିର ସମୀକ୍ଷଣ ଏବଂ ନିଜ ରଚନାର ବିକାଶ କରି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ଋଦ୍ଧିମନ୍ତ କରିବା ଆମର ଉଦ୍ଧେଶ୍ୟ ବୋଲି ଜଣାଇ ଥିଲେ । ଶିକ୍ଷାଵିତ୍ ସୁଶ୍ରୀ ହରପ୍ରିୟା ସାହୁ ତାଙ୍କ ବକ୍ତବ୍ୟରେ ଅନେକ ଉପଦେଶାତ୍ମକ ଶକ୍ୟ ମାନ କହିଥିଲେ । ପରିଶେଷରେ ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ ତାଙ୍କ ବକ୍ତବ୍ୟରେ ମହିୟସୀ ନାରୀ ମାନଙ୍କ ଉପରେ ଅତି ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପବିତ୍ର ଅବସରରେ ମୁଖ୍ୟ ବକ୍ତା ଅଧ୍ୟାପକ ଡ଼କ୍ଟର ପ୍ରମୋଦ କୁମାର ଦଳାଇ ତାଙ୍କର ସୁନ୍ଦର ବକ୍ତବ୍ୟରେ କହିଥିଲେ ନାରୀ ହେଉଛନ୍ତି ଏ ସୃଷ୍ଟିର ଆଦ୍ୟଶକ୍ତି । ଏହି ଶକ୍ତି ସ୍ୱରୂପିଣୀ ମହିୟସୀ ନାରୀ ଯଥା :ଅନସୂୟା , ଅରୁନ୍ଧତୀ , ଗାର୍ଗୀ , ଲୋପାମୁଦ୍ରା , ଖନା ଲୀଳାବତୀ , ମାତା ସୀତା ଓ ଯାଜ୍ଞସେନୀ ଏବଂ ଆଜିର ନାରୀ ମହିୟସୀ ମାନଙ୍କ ଉପରେ ଅତି ସୁନ୍ଦର ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଅନୁଷ୍ଠାନର ବରିଷ୍ଠ ଲେଖିକା ଶ୍ରୀମତି ଶୈଳବାଳା ମହାପାତ୍ର ଏବଂ ଶ୍ରୀପର୍ଣ୍ଣାର ସମ୍ପାଦକ ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ସାହିତ୍ୟ ସୃଷ୍ଟି ସମ୍ପର୍କରେ ନାନା ଉପଦେଶ ଦେବା ସହ ଆଜିକାଲିର ସାହିତ୍ୟାନୁଷ୍ଠାନ ମାନଙ୍କର ଦୋଷ ତୃଟି ଜଣାଇ ଏହି ଲେଖିକା ଅନୁଷ୍ଠାନ ଟିକୁ ତୃଟି ଶୂନ୍ୟ କରି ଆଦର୍ଶବୋଧ ରକ୍ଷାକରିବା ପାଇଁ ତାଙ୍କ ବକ୍ତବ୍ୟରେ ଜଣାଇଁ ଥିଲେ । ଶିକ୍ଷାଵିତ୍ ଶ୍ରୀମତୀ ଉର୍ମିଳା ସାମନ୍ତରାୟ , ଅନୁଷ୍ଠାନର ଆବାହିକା ଶ୍ରୀମତୀ କମଳିନୀ ପାଣିଗ୍ରାହୀ , କବୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର , ଶିକ୍ଷାବିତ୍ ସନ୍ଧ୍ୟାରାଣୀ ସେଠୀ , ଶ୍ରୀମତୀ ପ୍ରବାସିନୀ ମିଶ୍ର ଓ ଡ଼କ୍ଟର ବିଜୟଲକ୍ଷ୍ମୀ ମିଶ୍ର ପ୍ରଭୃତି ସମସ୍ତ ଲେଖିକା ବୃନ୍ଦ ନିଜ ନିଜର ସ୍ୱ ମତ ରଖିଥିଲେ । ସପ୍ତାବରଣର ପ୍ରତିଷ୍ଠାର ଉଦ୍ଦେଶ୍ୟ ଓ ନାମ କରଣ ସମ୍ପର୍କରେ ଅନୁଷ୍ଠାନର ପ୍ରତିଷ୍ଠାତା ସୁରେଶ କୁମାର ପଟ୍ଟନାୟକ ଏକ ତତ୍ତ୍ୱ ଓ ତଥ୍ୟ ପୂର୍ଣ୍ଣ ଭାଷଣ ଦେଇଥିଲେ ଏବଂ ପ୍ରଭୁ ଜଗନ୍ନାଥଙ୍କ ନାମ ସହିତ ସପ୍ତାବରଣ ଶବ୍ଦଟି କିପରି ଜଡ଼ିତ ତାହା ଦର୍ଶାଇ , ଏହାର ମାର୍ଗଦର୍ଶକ ହିଁ ପ୍ରଭୁ ଜଗନ୍ନାଥ ବୋଲି କହି ପରିବେଶକୁ ଜଗନ୍ନାଥମୟ କରି ତୋଳିଲେ । ଏହି ଶୁଭ ଅବସରରେ ଅନୁଷ୍ଠାନର ସଦସ୍ୟା ଡ଼କ୍ଟର ସୁଦୀପ୍ତା ମିଶ୍ରଙ୍କ ରଚିତ ଇଂରାଜୀ ପୁସ୍ତକ (Silent waves in soliloquy ) editer and translated by.. Manas ranjan mahapatra , dr sudipta mishra.. ଲୋକାର୍ପଣ ହୋଇଥିଲା । ଏହି ଶୁଭ ମୁହୂର୍ତ୍ତରେ ଅଧିବକ୍ତା ସୁଶ୍ରୀ ସର୍ବାଣୀ ଦାସ , ଶ୍ରୀମତୀ ସୁଜାତା ସିହ୍ନା ଓ ଆବାହିକା ଶ୍ରୀମତୀ କମଳିନୀ ପାଣିଗ୍ରାହୀଙ୍କ ସଂଯୋଜନା କ୍ରମେ ଅଧ୍ୟାପକ ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର , ଅଧ୍ୟାପକ ଶ୍ରୀଯୁକ୍ତ ଭାରତୀ ଭୂଷଣ ଦାସ , କବି ଦାମୋଦର ମହାନ୍ତି , କବୀ ଅଞ୍ଜନା ମିଶ୍ର , କବୀ ସୁଶ୍ରୀ ଶୁଭଶ୍ରୀ ମହାପାତ୍ର, ମୀରା ମହାନ୍ତି , ଶର୍ମିଷ୍ଠା ଜେନା , ଡ଼କ୍ଟର ବିଜୟଲକ୍ଷ୍ମୀ ମିଶ୍ର , ଚିନ୍ମୟୀ ଗଜେନ୍ଦ୍ର , ସତ୍ୟଭାମା ନାୟକ , ପ୍ରବାସିନୀ ମିଶ୍ର , ପ୍ରମୋଦା ଦେବୀ , ମଞ୍ଜୁଳା ଦେବୀ , ସୁଧାଂଶୁ ବାଳା ପଟ୍ଟନାୟକ , ଉର୍ମିଳା ସାମନ୍ତରାୟ , ଶ୍ରେୟା ସମ୍ପଦା , ସନ୍ତୋଷିନୀ ବେହେରା , ସ୍ନେହା ସ୍ବିନୀ ବେହେରା , ଶକ୍ତିରୂପା ଦାଶ , କମଳ କୁମାର ଦାଶ , ବିପିନ ବିହାରୀ ମିଶ୍ର , ମହେଶ୍ୱର ଜେନା , ଦୟାନିଧି ତ୍ରିପାଠୀ , ସନ୍ଧ୍ୟାରାଣୀ ସେଠୀ , ଡ଼କ୍ଟର ରୂପଶ୍ରୀ ମିଶ୍ର , ସୁବାସ ଚନ୍ଦ୍ର ମିଶ୍ର , କବି ଆର୍ତ୍ତତ୍ରାଣ ମାନସିଂ , ରାଧାକୃଷ୍ଣ ପ୍ରଧାନୀ , ଯୋଗେଶ୍ୱର ପ୍ରହରାଜ , ଚନ୍ଦ୍ରଶେଖର ନାୟକ , ଅନନ୍ତ ପ୍ରଧାନ ଅଜୟ କୁମାର ସେଠୀ ଓ ଯୋଗେଶ୍ୱର ନାୟକ ପ୍ରମୁଖ ନିଜର ସ୍ୱ ରଚିତ କବିତା ପାଠ କରିଥିଲେ । ଉକ୍ତ ସଭାକୁ ପରିଚାଳନା କରିଥିଲେ ଅନୁଷ୍ଠାନର ବଶିଷ୍ଠ ସଦସ୍ୟା , ଦିବ୍ୟ ଦର୍ଶନ ଓ ସମ୍ପର୍କ ସାହିତ୍ୟର ସମ୍ପାଦିକା ଶ୍ରୀମତୀ ପ୍ରବାସିନୀ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅବାହିକା କମଳିନୀ ପାଣିଗ୍ରାହୀ ଏବଂ ସଭା ସାଙ୍ଗ କରିଥିଲେ ସମ୍ପାଦିକା ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର । 🌹🙏🌹 🌹ଜୟ ଜଗନ୍ନାଥ 🌹ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର । ସମ୍ପାଦିକାସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ । ଶ୍ରୀକ୍ଷେତ୍ର , ପୁରୀ ।ସମ୍ପର୍କ..୯୩୪୮୦୫୬୭୭୬

Leave a Reply

Your email address will not be published. Required fields are marked *