ଶାନ୍ତି ଶକ୍ତି ଭବନରେ ପ୍ରଥମ ଆନ୍ତର୍ଜାତିକ ଧ୍ୟାନ ଦିବସ ଆୟୋଜିତ

ଶାନ୍ତି ଶକ୍ତି ଭବନରେ ପ୍ରଥମ ଆନ୍ତର୍ଜାତିକ ଧ୍ୟାନ ଦିବସ ଆୟୋଜିତ ଆସିକା:-21 ଡିସେମ୍ବର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ତରଫ ରେ ପ୍ରଥମ ବିଶ୍ଵ ଧ୍ୟାନ ଦିବସ ଆୟୋଜିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଆସିକା ଓକିଲ ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା,ଓକିଲ ସଂଘର ସମ୍ପାଦକ ବିଦେଶୀ ନାହାକ ଆସିକା ବ୍ଲକର କୃଷି ଉନ୍ନୟନ ଅଧିକାରୀ ବାସୁଦେବ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ l ଏହି ଅବସରରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ମିଳିତ ଜାତିସଂଘ ତରଫରୁ ଡିସେମ୍ବର 21କୁ ବିଶ୍ଵ ଧ୍ୟାନ ଦିବସ ରୂପେ ଘୋଷଣା କରାଯିବା ମାନବତାର କଲ୍ଯାଣ ଉଦ୍ଦେଶ୍ଯରେ ଏକ ଯୁଗାନ୍ତକାରୀ ପଦକ୍ଷେପ l ଯୁଦ୍ଧ ଓ ଅବସାଦ ଜର୍ଜରିତ ବିଶ୍ୱରେ ପ୍ରତ୍ୟେକ ବ୍ଯକ୍ତିକୁ ଆତ୍ମ ଚିନ୍ତନ ଦ୍ଵାରା ଆତ୍ମିକ ଶକ୍ତି ଜାଗ୍ରତ କରିବା ଓ ଆନ୍ତରିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଏହି ଦିବସ ପ୍ରେରଣା ଯୋଗାଇବ l ଏହାଦ୍ଵାରା ଭାରତର ପ୍ରାଚୀନ ସିଦ୍ଧାନ୍ତ ଏକ ବିଶ୍ଵ ଏକ ପରିବାର ର ଭାବନା ସାରା ବିଶ୍ୱରେ ଜାଗ୍ରତ ହେବ ବୋଲି ମତବ୍ୟକ୍ତ କରିଥିଲେ କାର୍ଯ୍ୟକ୍ରମର ସମସ୍ତ ଅତିଥି l ବ୍ରହ୍ମାକୁମାର ସତ୍ୟ ପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାର ବୁଲୁ ଆଧ୍ଯାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ l ବ୍ରହ୍ମାକୁମାରୀ ସ୍ମିତା, ଜ୍ଯୋତି, ନୀଳିମା ,ଆସୀନା ଓ ବ୍ରହ୍ମାକୁମାର ବସନ୍ତ, ପଞ୍ଚାୟତ୍ରୀ, ରାଧାଶ୍ୟାମ, ନୀରଞ୍ଜନ, ସୁନୀଲ ଓ ରାମେଶ୍ଵର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ସହରର ବିଭିନ୍ନ ବର୍ଗର ଶତାଧିକ ଭଉଣୀ ଭାଇ କାର୍ଯ୍ୟକ୍ରମ ରେ ଯୋଗଦେଇ ସହଜ ରାଜଯୋଗ ଅଭ୍ୟାସ କରିଥିଲେ

Leave a Reply

Your email address will not be published. Required fields are marked *