ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଧ୍ୟାନଦିବସ ପାଳିତ

ରାୟଗଡା-୨୩/୧୨-‘ବ୍ୟକ୍ତିଗତ ପରିବର୍ତନରେ ସମଷ୍ଟିର ପରିବର୍ତନ’ ବାର୍ତ୍ତା ବହନ କରୁଥିବା ଦ୍ୱିତୀୟ ବିଶ୍ୱ ଧ୍ୟାନ ଦିବସ ରବିବାର ଦିନ ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଅଧ୍ୟକ୍ଷା ଡ. ସରସ୍ବତୀ ରାୟ ଏବଂ ମୁଖ୍ୟ ଅତିଥି ମହର୍ଷି ବିଦ୍ୟାମନ୍ଦିର ଅଧ୍ୟକ୍ଷ ରଞ୍ଜନ ସାହୁ। ଉଭୟେ ନିଜ ବକ୍ତବ୍ୟରେ ଧ୍ୟାନ ର ଉପାଦେୟତା ସମ୍ପର୍କରେ ବୁଝାଇ ଥିଲେ। ମୁଖ୍ୟ ଅତିଥି ଧ୍ୟାନକୁ ଅଭ୍ୟାସରେ ପରିଣତ କରିବାପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ। ଅଧ୍ୟକ୍ଷା ତଥା ଆର୍ଟ ଅଫ ଲିଭିଂ ପ୍ରଶିକ୍ଷିକା ଡ. ସରସ୍ବତୀ ରାୟ ସହଭାଗୀମାନଙ୍କୁ ବିଭିନ୍ନ ଯୋଗାସନ ଶିକ୍ଷା ଦେବାସହ ଗୁରୁଦେବଙ୍କ ନିର୍ଦେଶିତ ପଞ୍ଚକୋଷ ଧ୍ୟାନ କରାଇ ଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅଧ୍ୟାପକ ଏମ. ଶ୍ରୀନିବାସ ଅଚାରୀ।

ଧ୍ୟାନର ଅନୁଭବକୁ ବାଣ୍ଟି ଥିଲେ ଲେଫ୍ଟନାଣ୍ଟ ଉଦୟ ନାଏକ, ସୁବ୍ରତ ପ୍ରଧାନ, ଭବେଶ ମହାନ୍ତି, ପ୍ରିୟଦର୍ଶିନୀ ବଳ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପି. ଅରୁଣ କୁମାର, ଅଜୟ ରୈତ, ମୋନାଲିସା ପାଣିଗ୍ରାହୀ, ଶଙ୍କର ପେଦୁର, ହେମନ୍ତ ସ୍ୱାଇଁ, ଅନିତା ସାହୁ, ମନୋଜ ପଟନାୟକ, ମନ୍ମଥ ଟୋଇକା ଇତ୍ୟାଦି। ଏହି ଧ୍ୟାନ ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଧ୍ୟାନର ଅନୁଭବ ନେଇଥିଲେ।

Leave a Reply

Your email address will not be published. Required fields are marked *