ବିଶ୍ବ ମାନସିକ ସ୍ଵାସ୍ଥ୍ୟ ଦିବସ ଗେଲପୁର ସ୍ଥିତ ସାଇ ସୂରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି
Date:- 10/10/2025Place:- Bhadrak :- ଭଦ୍ରକ ସହର ଉପକଣ୍ଠରେ ଅବସ୍ଥିତ ସାଇ ସୂରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ଗେଲପୁର ଠାରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ସାଇକୋଲୋଜି ବିଭାଗର HOD prof ଡା, ଅକ୍ଷୟ କୁମାର ଦାସ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଭଦ୍ରକ ର ସୁନାମଧନ୍ୟ ବରିଷ୍ଠ ଭେଷକ ବିଶେଷଜ୍ଞ ଡ଼ାକ୍ତର ଦୁର୍ଯୋଧନ ଦାସ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଡାକ୍ତର ଶରତ କୁମାର ଆଚାର୍ଯ୍ୟ । ବିଦ୍ୟାଳୟ ମାନସିକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଫୁଲ ଗୁଛ ଦେଇ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀ ମତୀ ରଜନୀ ରାଣୀ ପତି ସ୍ବାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ଉକ୍ତ ଦିବସର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ଥିବା ଭଦ୍ରକ ମହାବିଦ୍ୟାଳୟର ସାଇକୋଲୋଜି ର ଅଧ୍ୟାପିକା ଡଃ, ନିବେଦିତା ମହାପାତ୍ର। ଭିନ୍ନକ୍ଷମ ପିଲାମାନଙ୍କ ର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କେୟାର ଟେକର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ଶେଷ ରେ ବିଦ୍ୟାଳୟ ର ସାଇକୋଲୋଜି ଶିକ୍ଷକ ସ୍ବାଧୀନ କୁମାର ମହାରଣା ଉପସ୍ଥିତ ଥିଲେ। ଅତିଥି ବୃଦ୍ ତଥା ସାମ୍ବାଦିକ ବନ୍ଧୁ ପୁନିଲ କୁମାର ସାମନ୍ତ, ଏବଂ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସମାପନ ହୋଇ ଥିଲା।
