ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ବିଶ୍ୱ ଅଂଗଦାନ ଦିବସ ପାଳନ।

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ବିଶ୍ୱ ଅଂଗଦାନ ଦିବସ ପାଳନ


ବ୍ରହ୍ମପୁର ତା ୧୩.୦୮.୨୦୨୫ ରିଖରେ ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଫ୍ରେଣ୍ଡ୍ହସସ୍ ହେଲପିଙ୍ଗ କ୍ଳବ୍ ଆନୁକୂଲ୍ୟରେ ବିଶ୍ୱ ଅଂଗଦାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ମେଡିକାଲ ଖେଳପଡ଼ିଆରେ ଏକ ବିଶାଳ ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ MKCG ମେଡିକାଲ କଲେଜର ଆନାଟମି ବିଭାଗର ମୁଖ୍ୟ ପ୍ରଫେସର ଜାମି ସାଗର ପୃଷ୍ଠି ଉଦ୍ଘାଟକ ରୂପେ ଉପସ୍ଥିତ ଥିଲେ।
ସର୍ବପ୍ରଥମେ କେ.ନନ୍ଦେଷୁ ସେନାପତି , ଏହି ପ୍ରୋଜେକ୍ଟର ଅଧ୍ୟକ୍ଷ ଅଂଗଦାନ ଦିବସ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ଡ.ପୃଷ୍ଠି ପ୍ରଚାର ପତ୍ର ଓ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଓ ଉପସ୍ଥିତ ଥିବା ସମସ୍ତ ପଦଯାତ୍ରୀଙ୍କୁ ଉଦବୋଧନ ଦେଇ ଅଙ୍ଗ ଦାନର ଆବଶ୍ୟକତା ବିଷୟରେ କହିଥିଲେ।
ଭାରତରେ ଅଙ୍ଗ ଅର୍ଥାତ ହାର୍ଟ, କିଡ୍ନୀ, ଫୁସଫୁସ, ଲିଭେର, ପାନକ୍ରିୟାସ, ଅଭାବରୁ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। ମୃତ୍ୟୁପରେ ଏକଲକ୍ଷ ଲୋକଙ୍କ ମଧ୍ୟରେ କେବଳ ୦.୬୨ ଅଂଗଦାନ କରିଥାନ୍ତି ।
ଅଂଗଦାନ ଜୀବିତ ଅବସ୍ଥାରେ ଗୋଟିଏ କିଡ୍ନୀ, ଆଂଶିକ ଲିଭେର ଓ ଫୁସଫୁସ, ଚର୍ମ ନିଜ ସମ୍ପର୍କୀୟଙ୍କୁ ଦାନ କରାଯାଇଥାଏ। ସେହିପରି ମସ୍ତିଷ୍କ ମୃତ୍ୟୁ (Brain Death)ପରେ ଅଠଗୋଟି ଅଙ୍ଗ ଚକ୍ଷୁ ,ହୃତପିଣ୍ଡ, ଫୁସଫୁସ, କୀଡ୍ନୀ, ଲିଭେର, ପାନକ୍ରିୟାସ,ଅସ୍ଥି, ଚର୍ମ, ଅସ୍ଥି ଦାନ କରାଯାଇପାରେ। ଚକ୍ଷୁ ବା କର୍ଣ୍ଣିଆ
ଦାନର ଉନ୍ନତି ଘଟିଛି । ଡାକ୍ତରୀ ପାଠ ପଢାପାଇଁ ପ୍ରତି ଦସ ଜଣ ଛାତ୍ରଙ୍କ ପାଇଁ ଏକ ମୃତଶରୀର ଆବଶ୍ୟକତା ରହିଛି। ନୂତନ ମେଡିକାଲ କଲେଜ ଗଢିଉଠିବା ଯୋଗୁଁ ବହୁ ମୃତ ଶରୀରର ଆବଶ୍ୟକତା ଉପଲବ୍ଧି କରାଯାଉଛି । ଅତି ଖୁସିର କଥା ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ, ମାନବବାଦୀ ହେତୁବାଦୀ ସଂଗଠନ ପରି ଅନ୍ୟ ସଂଗଠନ ଓ ପ୍ରଗତିଶୀଳ ଚିନ୍ତାଧାରାର ବ୍ୟକ୍ତିତ୍ୱ ଯୋଗୁଁ ବ୍ରହ୍ମପୁର ମେଡିକାଲ କଲେଜ ଚକ୍ଷୁଦାନ ଓ ଶରୀର ( cadaver) ଦାନ କାର୍ଯ୍ୟକ୍ରମରେ ଓଡ଼ିଶାରେ ଶୀର୍ଷରେ ରହିଛି। ତେଣୁ ସମସ୍ତ ପ୍ରକାର ଅନ୍ଧ ବିଶ୍ୱାସ ଦୂରକରି ମୃତ୍ୟୁପରେ ଅଙ୍ଗ ଓ ଶରୀର ଦାନ କରିବାକୁ ଆଗେଇ ଆସିବାକୁ ଅନୁରୋଧ । ବ୍ରହ୍ମପୁର ମେଡିକାଲ କଲେଜ ଚକ୍ଷୁଦାନ ଓ ଶରୀର ( cadaver) ଦାନ କାର୍ଯ୍ୟକ୍ରମରେ ଓଡ଼ିଶାରେ ଶୀର୍ଷରେ ରହିଛି। ତେଣୁ ସମସ୍ତ ପ୍ରକାର ଅନ୍ଧ ବିଶ୍ୱାସ ଦୂରକରି ମୃତ୍ୟୁପରେ ଅଙ୍ଗ ଓ ଶରୀର ଦାନ କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ। ବହୁ ପ୍ଲାକାର୍ଡ ଧାରଣ କରି ଓ ଅଙ୍ଗଦନପାଇଁ ସ୍ଲୋଗାନ ଦିଆଯାଇ ପଦଯାତ୍ରା କରାଯାଇଥିଲା।
ଶରୀର ଦାନ ପାଇଁ ସଂକଳ୍ପପତ୍ର ଇଛୁକ ବ୍ୟକ୍ତିଙ୍କୁ ଦିଆଯାଇଥିଲା।
ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଭାପତି ଶ୍ରୀ ସତ୍ୟକମ ପାତ୍ର, ଇଂଜିନିଅର ପ୍ରଶାନ୍ତ ପାତ୍ର, Asn ଗୁପ୍ତା , ରୋଟାରୀ କ୍ଳବର ସଭାପତି
P.K.ପଟ୍ଟନାୟକ ଓ ମାନବବାଦୀ ହେତୁବାଦୀ ସଂଗଠନର ଉପସଭାପତି କିଶୋର ଚନ୍ଦ୍ର ମିଶ୍ର ଅଙ୍ଗ ଓ ଶରୀର ଦାନ ଉପରେ ବକ୍ତବ୍ୟ ରଖିଥିଲେ।
ସଂଗଠନର ସମ୍ପାଦକ M.ପ୍ରବୀଣ କୁମାର, ପୂର୍ବତନ ସଭାପତି ଜମ୍ମୁଲା ସୁରେଶ ,M.ବିଦ୍ୟାସଗାର, ଜି.ମାଲେଶ୍ୱର ରାଓ, ଅନୀଲ କୁମାର ଚୌଧୁରୀ, ଇ.ଡି.ପାତ୍ର, ଜେସତ୍ୟନାରାୟଣ, Ch.ଶିବପ୍ରସାଦ ରାଓ, କେ.ମାଲ୍ଲେସ୍ବର ରାଓ, ଭି.ଭି.ରାଜୁ,
ଇ.ଜଗଦିଶ୍ୱର ରାଓ, ପି.ଶ୍ରୀକାନ୍ତ ସେନାପତି, କିଶୋର କୁମାର ରାଓ, ଜେ.ଶ୍ୟାମସୁନ୍ଦର ରାଓ, ପି କିରଣ କୁମାର, HRO ତରଫରୁ କେ.ବାସବା ରାଜୁ, ଓ.OSREF ପକ୍ଷରୁ ସମ୍ପାଦକ ଶଙ୍କର୍ଷଣ ପାତ୍ର ଓ ଟି.ଯୋଗେଶ୍ୱର ରାଓ ,ରୋଟାରିଆନ ଅଶ୍ୱିନୀ କୁମାର ପାତ୍ର,ଏସ.ଦୁର୍ଗା ରାଓ, ଅଜିତ କୁମାର ପୃଷ୍ଟି, ରାଧା ଚରଣ ସାହୁ,ସନ୍ତୋଷ କୁମାର ରଥ,ରବି ରାଉତରାୟ, ରାହୁଲ, ଟି.ବିଜୟ ଲଷ୍ମୀ, ମନୋଜ ବେହେରା, ସଂତୋଷିନି ବେହେରା ଓ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *