ବିଶ୍ୱ ପଖାଳ ଦିବସ ପାଳିତ
ପୁରୀ ୨୦/୩ ବିଶ୍ବ ପଖାଳ ଦିବସ ଅବସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସର୍କିଟ ହାଉସ ଠାରେ ପଖାଳ ଦିବସ ପାଳିତ ହୋଇଥିଲା।ଏଥିରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଙ୍କ ସମେତ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଏଡିଏମଓ ଡା ଚନ୍ଦ୍ର କାନ୍ତି ଆଚାର୍ଯ୍ୟ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଏଡିପିଏଚସିଓ ବେଣୁଧର ନାୟକ, ଶିଶୁ ସୁରକ୍ଷା ୟୁନିଟ ଆଇନ ପରାମର୍ଶଦାତା ସନ୍ତୋଷ କୁମାର ସାହୁ, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ, ଚନ୍ଦ୍ର ପ୍ରଭା ଦେଇ, ବାଲ୍ୟବତୀ ମହାନ୍ତି, ସିଡିପିଓ, ସୁପରଭାଇଜର ପ୍ରମୁଖ ଯୋଗ ଦେଇ ସାମୁହିକ ଭାବେ ଓଡ଼ିଆ ଙ୍କ ପ୍ରିୟ ଖାଦ୍ୟ ପଖାଳ ଖାଇଥିଲେ।ପ୍ରାରମ୍ଭରେ ଏଡିଏମଓ ଡା ଆଚାର୍ଯ୍ୟ ପଖାଳର ଉପକାରିତା ଓ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ।ଦହି ପଖାଳ ସହ ପାରମ୍ପରିକ ବଡି ଚୁରା,ଶାଗ ଭଜା,ବିଭିନ୍ନ ଭଜା ବ୍ୟଞ୍ଜନ ରେ ସାମିଲ ଥିଲା।
