ବିଶ୍ୱ ପଖାଳ ଦିବସ

ଆଜି ହେଉଛି ବିଶ୍ୱ ପଖାଳ ଦିବସ। ଆମର ପ୍ରିୟ ଖାଦ୍ୟ ପଖାଳକୁ ସାରା ବିଶ୍ୱ ଆଜି ଆପଣାଇ ବିଶ୍ୱ ମଧ୍ୟ ପଖାଳ ଦିବସ ପାଳନ କରୁଛି। ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏହି ସୁସ୍ୟାଦୁ ପଖାଳ ପାଇଁ ଓଡ଼ିଆ ଜାତି ଗର୍ବିତ। ଆଜି ନିମାପଡାରେ ପାଳିତ ହୋଇଛି ବିଶ୍ୱ ପଖାଳ ଦିବସ। ସ୍ଥାନୀୟ ଶହୀଦ ଭବନ ପରିସରରେ ନିମାପଡା ପ୍ରେସ କ୍ଳବ ଏବଂ ଏଟି. ଏଚ ଗ୍ରୁପ ପକ୍ଷରୁ ଆୟୋଜିତ ହୋଇଥିଲା ପଖାଳ ଦିବସ। ଦହି ପଖାଳ ସାଙ୍ଗକୁ ପାରମ୍ପାରିକ ଓଡ଼ିଆ ଘରର ଖାଦ୍ୟ ବଡି ଚୁରା, ଆଳୁ ଚଟଣି, ଶାଗ ଭଜା, ବାଇଗଣ ପୋଡା, ଶୁଖୁଆ ଚଟଣି, ସଜନା ଛୁଇଁ ଭଜା, ଇତ୍ୟାଦି ଗାଁ ଗହଳିର ଖାଦ୍ୟ ସବୁ ପ୍ରସ୍ତୁତ କରାଯାଇଥିଲା।

ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ, ତହସିଲଦାର ମାନସ ପ୍ରଧାନ, ଆଡିସିନାଲ ତହସିଲଦାର ନିରଞ୍ଜନ ସ୍ୱାଇଁ,ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁନୀଲ ନନ୍ଦ, ପାନୀୟ ଜଳ ଯୋଗାଣ ଅଧିକାରୀ ପ୍ରବୀର କୁମାର ବଳ,ୱାଟକୋ ମାନେଜର ପ୍ରଫୁଲ୍ଲ କୁମାର ବେହେରା,ଡ଼କ୍ଟର ଆଶୁତୋଷ ଜେନା, ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର ଥାନା, ନିମାପଡା ଥାନା ବାମଦେବ ସ୍ୱାଇଁ, ଚାରିଛକ ଥାନା ଅଧିକାରିଣୀ ମମତା ବିଶ୍ୱାଳ ସମେତ ସ୍ଥାନୀୟ ଅଂଚଳର ସମସ୍ତ ବିଭାଗର ଅଧିକାରୀ, ଜନ ପ୍ରତିନିଧି ଏବଂ ଜନ ପ୍ରତିନିଧି ଯୋଗ ଦେଇ ପଖାଳର ମଜା ନେବା ସହ ବିଶ୍ୱ ଦରବାରରେ ଓଡ଼ିଆ ଖାଦ୍ୟ ପଖାଳ ଅଧିକରୁ ଅଧିକ ଆଗାମୀ ଦିନରେ ଆଦୃତ ହେବ ବୋଲି ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *