ବିଶ୍ଵ ପଖାଳ ଦିବସ ପାଳିତ

ଜଟଣୀ ତା ୨୦-୦୩-୨୫ ଜଟଣୀ ସନ୍ନିକଟ କାକୁଡ଼ିଆ ଗ୍ରାମଠାରେ ସମ୍ବାଦ ସାହିତ୍ୟ ଘର ପିପିଲି ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲ ଏହି ଉତ୍ସବରେ ଶିକ୍ଷାବିତ୍ ତଥା ସାହିତ୍ୟକ ଶ୍ରୀଯୁକ୍ତ ରଘୁନାଥ ଜେନା ପୌରହିତ୍ୟ କରିଥିବା ବେଳେ ସମ୍ବାଦ ସାହିତ୍ୟ ଘର, ପିପିଲି ର ସଭାପତି ଶ୍ରୀ ପ୍ରକାଶ ମାର୍ଥା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ଅନୁଷ୍ଠାନର ସମ୍ପାଦକ ଶ୍ରୀ ନରେନ୍ଦ୍ର ମୁଦୁଲି ଉପସ୍ଥିତ କବି ଓ କବୟିତ୍ରୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ୍ ଶ୍ରୀଯୁକ୍ତ ଜେନା ତାଙ୍କ ଅଭିଭାଷଣରେ କହିଥିଲେ କି ଓଡିଶା ବସୀଙ୍କ ଅତି ପ୍ରିୟ ଖାଦ୍ୟ ପଖାଳ ଓ ଡାଲମାକୁ ଜି ଆଇ ଟାଗ ମିଳିବା ପାଇଁ ଆମର ଉଦ୍ୟମ ହେବ ଦରକାର । ସରକାର ଏଥି ପ୍ରତି କାର୍ଯ୍ୟ କରିବାକୁ ସେ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦର ପିପିଲି ପ୍ରତିନିଧି ଶ୍ରୀ ରାଜ କିଶୋର ସ୍ୱାଇଁ ସମ୍ବାଦ ସାହିତ୍ୟ ଘର ପିପିଲିର କାର୍ଯ୍ୟକ୍ରମ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିବା ସହ ଆହୁରି କ୍ରିୟାଶୀଳ ହେବାପାଇଁ ଆଶା ପୋଷଣ କରିଥିଲେ । ଆଇନଜୀବି ଶ୍ରୀ ବିଚିତ୍ର ଭୁଷଣ ମହାପାତ୍ର ଯୌଥ ପରିବାରରେ ପିଲାଦିନର ପଖାଳ ଖିଆ ସ୍ମୃତିକୁ ମନେ ପକାଇ ପଖାଳର ଆବଶ୍ୟକତା ପ୍ରତିପାଦନ କରିଥିଲେ । ସାହିତ୍ୟିକ ଡ ରଜନୀ ରଣସିଂହ, ସାହିତ୍ୟକ ତଥା ସାମ୍ବାଦିକ ନିଳାମ୍ବର ମିଶ୍ର , କବି ରୋହିତ ଚଂପତି, ଚିନ୍ତାମଣି ଓଝା, ପ୍ରଭୁ ଚରଣ ପତି, ନିରଞ୍ଜନ ସାମନ୍ତରାୟ, ଡାକ୍ତର ପ୍ରଭାସ ପ୍ରଧାନ ଏହି ଉତ୍ସବରେ ଯୋଗ ଦେଇ ସ୍ଵ ରଚିତ କବିତା ପାଠ କରିଥିଲେ । ଡାକ୍ତର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅତିଥିଙ୍କୁ ପଖାଳ ଭାତ ସହ।ଅନେକ ପ୍ରକାରର ବ୍ୟଞ୍ଜନ ପରିବେଷଣ କରାଯାଇଥିଲା ।

ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *