ଭୋଇରମୁଣ୍ଡା ରେ ବିଶ୍ବ ଶାନ୍ତି ଷୋହଳ ପ୍ରହର ନାମ ଯଜ୍ଞ
କର୍ଲାମୁଣ୍ଡା ବ୍ଲକ୍ ରେଗଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୋଇରମୁଣ୍ଡା ଗ୍ରାମର ପତରଫଡ଼ି ପଡ଼ା ଠାରେ ଗତ କାଲି ସନ୍ଧ୍ୟା ରେ ବହୁ ଆଡ଼ମ୍ବରରେ ବିଶ୍ବ ଶାନ୍ତି ଷୋହଳ ପ୍ରହର ନାମ ଯଜ୍ଞ କଳସ ଯାତ୍ରା ଅନୁଷ୍ଠତ ହୋଇଥିବାବେଳେ ଆଜି ସକାଳ ଘ.୦୭.୨୩ ମି. ରେ ନାମରାମ୍ଭ ହୋଇ ଯାଇ ଆସନ୍ତା କଲି ସକାଲେ ନାମ ଯଜ୍ଞ ପରିସମସ୍ତି ଘଟିବ । ଉକ୍ତ ଷୋହଳ ପ୍ରହର ନାମ ଯଜ୍ଞର ପ୍ରଥମ ଦିନରେ ଆଖପାଖର ପ୍ରସିଦ୍ଧ ସଂକୀର୍ତ୍ତନ ଦଳ ସେମାନଙ୍କ ଭକ୍ତି ପୂର୍ଣ୍ଣ ନାମ ସଂକୀର୍ତ୍ତନ ଓ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଭକ୍ତବୃନ୍ଦଙ୍କ ମନ କିଣି ନେଇଥିବାବେଳେ ଆସନ୍ତା କାଲି ତା ୨୮.୦୩ ରିଖ ବହୁ ପ୍ରସିଦ୍ଧ ସଂକୀର୍ତ୍ତନ ଦଳ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ଭକ୍ତବତ୍ସଳଙ୍କ ଭିଡକୁ ଆହୁରି ବହୁଗୁଣିତ କରିବେ ବୋଲି ଆୟୋଜକ କମିଟି ର ପ୍ରହର ଦଳ ଦାୟିତ୍ବ ରେ ଥିବା ଅଶୋକ ସହୁ ଆନୁମାନ କରିବା କହିଛନ୍ତି । ଭୋଇରମୁଣ୍ଡା ଗ୍ରାମର ଅଧିବାସୀଗଣ ପ୍ରଭୁ ହରିରାମଙ୍କ ଭାବଭକ୍ତିରେ ବିହ୍ଵଳ ହୋଇ ପ୍ରତି ତିନି କିମ୍ବା ଚାରି ବର୍ଷରେ ଥରେ ବହୁଯାକଜମକରେ ଷୋହଳ ପ୍ରହର ଆୟୋଜିତ କରିଥାନ୍ତି । ଚଳିତ ବର୍ଷ ଏହା ଅଷ୍ଟମ ଥର ପାଇଁ ଆୟୋଜିତ ହେଉଥିବା ବେଳେ ପଡୋଶୀ ଗ୍ରାମମାନଙ୍କରୁ ବହୁ ଭକ୍ତଙ୍କ ଛୁଅ ଛୁଟୁଛି । ଭକ୍ତମାନଙ୍କ ପ୍ରସାଦ ସେବନ ନିମନ୍ତେ ଚବିଶ ଘଣ୍ଟିଆ ଆନନ୍ଦ ବଜାରର ବ୍ୟବସ୍ତା ରହିଛି । ଏହି ହରି ନାମ ଯଜ୍ଞରେ ଯଜ୍ଞ କର୍ତ୍ତା ଭାବରେ ଭଗତରାମ ସାହୁ ଓ ତାଙ୍କ ଧର୍ମପତ୍ନୀ ଭାରତୀ ସାହୁ ପ୍ରଭୁଙ୍କୁ ଆହ୍ୱାନ କରୁଛନ୍ତି । ଉକ୍ତ ସଂକୀର୍ତ୍ତନ ମହାଯଜ୍ଞରେ ଯଜ୍ଞ ସେବକ ମୂରଲୀଧର ମିଶ୍ର ଓ ଭୋଗ ସେବକ ହରେ କୃଷ୍ଣ ତ୍ରିପାଠୀ, ସଭାପତି ବିରଞ୍ଚି ସାହୁ
