ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ
ଓଡ଼ଗାଁ, କୁରାଳ,୧୯/୮- ଆଜି ବିଶ୍ୱ ଫଟୋଗ୍ରାଫି ଦିବସରେ ନୟାଗଡ଼ ଜିଲ୍ଲା ଫଟୋଗ୍ରାଫି ଆସୋସିଏସନ ଓ ଓଡ଼ଗାଁ ବ୍ଲକ ଫଟୋଗ୍ରାଫି ଆସୋସିଏସନର ମିଳିତ ଉଦ୍ୟମରେ ଶରଣକୁଳସ୍ଥିତ ମା’ଝାଡେଶ୍ୱରୀଙ୍କ ପବିତ୍ର ପୀଠରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୫୦ରୁ ଅଧିକ ଫଟୋଗ୍ରାଫର ଯୋଗଦେଇଥିବା ବେଳେ ଆଗାମୀ ଦିନରେ ସଙ୍ଘକୁ ସୁଦୃଢ଼ କରିବା ପାଇଁ ଆଲୋଚନ ହୋଇଥିଲା।ପରେ କେକ୍ କାଟି ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଇଥିଲା । ଓଡ଼ଗାଁ ବ୍ଳକ ଫଟୋଗ୍ରାଫିକ୍ ଆସୋସିଏସନର ନୂତନ ସଭାପତି ବଳଭଦ୍ର ସ୍ବାଇଁ ଏବଂ ସେକ୍ରେଟାରୀ ପାଣୁ ଚରଣ ଖଟେଇ , ଉପସଭାପତି ସୁବାଷ ଚନ୍ଦ୍ର ନାୟକ ସହ ସମ୍ପାଦକ ବିକାଶ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଥିରେ ସହଯୋଗ କରିଥିଲେ ଗଣେଶ ଫଟୋ ଲ୍ୟାବର ସୁରେନ୍ଦ୍ର କୁମାର ସାହୁ ।
ରିପୋର୍ଟ-ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”
