ବିଶ୍ୱ କବିତା ଦିବସ ଓ଼ ବିଶ୍ୱବନ ଦିବସ ପାଳିତ

ବିଶ୍ୱ କବିତା ଦିବସ ଓ଼ ବିଶ୍ୱବନ ଦିବସ ପାଳିତ lପତିତପାବନ ସାହିତ୍ୟ ସଂସଦ ଆନୁକୂଲ୍ୟ ରେ ଆଜି ସନ୍ଧ୍ୟାରେ ବିଶ୍ୱକବିତା ଦିବସ ଓ଼ ବନ୍ୟଦିବସ ପାଳିତ ହୋଇଯାଇଛି l ଡ଼ଃ ବଳରାମ ଦାଶ ଏଥିରେ ସଭlପତିତ୍ୱ କରିଥିଲେ l ସେକହିଲେ, କବିତାରୁହିଁ ସାହିତ୍ୟ ସୃଷ୍ଟି l କଳ୍ପନା ବାସ୍ତବତା,ଓ଼ ଭାବାବେଗରେ ସମାଜ ରମାର୍ଗଦର୍ଶକହିଁ କବିତା l ମୁଖ୍ୟବକ୍ତା ରୂପେ ସଦାଶିବ ଡିମିଡ ବିଶ୍ୱବିଦ୍ୟାଳୟର ପୁରାଣ ଇତିହାସର ପ୍ରଫେସର କୃଷ୍ଣଚନ୍ଦ୍ର କବି,ସମ୍ମାନିତ ଅତିଥି ରୂପେ ସ ଦାଶିବ ପ୍ରଫେସର ଅଜୟ କୁମାର ସାହୁ,ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦର୍ଶନ ପ୍ରଫେସର ଅଜୟ କୁମାର ପାଣ୍ଡେ ଯୋଗଦେଇ କବିତା ହିଁ ସାହିତ୍ୟ ର ଜୀବନ ଓ଼ ଆତ୍ମା, ପାଠକ ହୃଦୟ ରେ କବିତା ସ୍ୱପ୍ନିଳ ତଥା ଆବେଗ ସହ ସାହିତ୍ୟିକର ମନମୁଗ୍ଧ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ l ବନ ସମ୍ପଦର ସୁରକ୍ଷା, ସାମୁଦ୍ରିକ ଝଡ଼ରୁ ରକ୍ଷl ତଥା ମହାବାତ୍ୟାରୁ ସୁରକ୍ଷl ଓ ଅଧିକ ମାତ୍ରାରେ ବୃକ୍ଷରୋପଣ ସହିତ ଜଙ୍ଗଲ ସମ୍ପଦର ସୁରକ୍ଷl ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ଆଲୋଚନା ଚକ୍ର ରେ ଶିକ୍ଷୟିତ୍ରୀ ପୁଷ୍ପିତା ପଟନାୟକ .ଡ଼ଃ ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ, କାର୍ତ୍ତିକ କୁମାର ସାହୁ ସ୍ନେହଲତା ରଥ, ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ଡ଼ଃ ଶଶୀକାନ୍ତ ରଥ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *