ବଡ଼ଦାଣ୍ଡ ସେବା ଅନୁଷ୍ଠାନ ପକ୍ଷରୁ ବିଶ୍ଵ ରେଡିଓ ଦିବସ ପାଳିତ

ବଡ଼ଦାଣ୍ଡ ସେବା ଅନୁଷ୍ଠାନ ପକ୍ଷରୁ ବିଶ୍ଵ ରେଡିଓ ଦିବସ ପାଳିତ.ପୁରୀ ତା ୧୩/୨ ଯୋଗାଯୋଗ ର ସବୁଠାରୁ ସହଜ ଓ ସରଳ ମାଧ୍ୟମ ରେଡ଼ିଓ।ସେଥିପାଇଁ ରେଡିଓକୁ ସାଧାରଣ ଲୋକ ମାନଙ୍କର ବନ୍ଧୁ ବୋଲି କୁହାଯାଏ ବୋଲି କହିଛନ୍ତି ପୁରୀ ଓ କଟକ ଆକାଶବାଣୀ କେନ୍ଦ୍ର ର ସହାୟକ ନିର୍ଦ୍ଦେଶକ ମାନସ ରଞ୍ଜନ ନାୟକ।ଆଜି ଅପରାହ୍ନରେ ମରିଚିକୋଟ ଛକଠାରେ ସାମାଜିକ ସଂଗଠନ ‘ବଡ଼ଦାଣ୍ଡ ସେବା’ ର ପଞ୍ଚମ ବାର୍ଷିକୋତ୍ସବ ଅବସରରେ ବିଶ୍ଵ ରେଡିଓ ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରେଡ଼ିଓ ସୂଚନା, ଶିକ୍ଷା, ମନୋରଞ୍ଜନ ମାଧ୍ୟମରେ ଶିଶୁ ଠାରୁ ବୟସ୍କ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆପଣା ର କରିନିଏ ବୋଲି କହିଥିଲେ।ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଲୋକ ଙ୍କୁ ଅବଗତ କରାଇବା ଓ ଲୋକ ମାନଙ୍କ ଆବଶ୍ୟକତା କୁ ସରକାର ଓ ପ୍ରଶାସନ ନିକଟରେ ଉପସ୍ଥାପନ କରିବାରେ ରେଡ଼ିଓ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ।ବିପର୍ଯ୍ୟୟ ସମୟରେ ଅନ୍ୟ ମାଧ୍ୟମ ପ୍ରଭାବିତ ହେଉଥିବା ବେଳେ ବେତାର ମାଧ୍ୟମ ହିଁ ଲୋକ ମାନ ଙ୍କୁ ବିବିଧ ଜରୁରୀ ଓ ସତର୍କ ସୂଚନା ପ୍ରଦାନ ରେ ସହାୟକ ହୋଇ ଥାଏ ବୋଲି କହିଥିଲେ। ରେଡିଓ ପାଖରେ ଥିଲେ କେବେହେଲେ କିଏ ଏକଲା ଅନୁଭବ କରିବ ନାହିଁ ବୋଲି କହିଥିଲେ I ଟାଉନ ଥାନା ଆଇଆଇସି ଗୋକୁଳ ଚନ୍ଦ୍ର ଦାସ, ସଦର ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ପୂର୍ବତନ କ୍ରିଡା ଅଧିକାରୀ ରବୀନ୍ଦ୍ର ନାଥ ସେନାପତି, ସମାଜସେବୀ ସୂର୍ଯ୍ୟ ନାରାୟଣ ରଥ, ବଡବଜାର ସଭାପତି ଯଶୋବନ୍ତ ପାତ୍ର, ମରିଚିକୋଟ ବିନାୟକ ସମିତି ସଭାପତି ରାମଚନ୍ଦ୍ର ପାଢ଼ୀ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା ଓ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଯୋଗ ଦେଇ ରେଡ଼ିଓ ସବୁ ସମୟରେ ସମସ୍ତଙ୍କୁ ସେବା ଯୋଗାଇ ଆସିଛି ବୋଲି କହିବା ସହ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ I ଏହି ଅବସରରେ ବର୍ଷିୟାନ୍ ରେଡିଓ ଶ୍ରୋତା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ଯୁବ ସମାଜସେବୀ ଓ ଅନୁଷ୍ଠାନ ମାନଙ୍କୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନର ପ୍ରତିଷ୍ଠାତା ମନୋଜ କୁମାର ସାହୁ କାର୍ଯ୍ୟକ୍ରମ କୁ ସଞ୍ଚାଳନ ସହ ବିବରଣୀ ଉପସ୍ଥାପନ କରିଥିଲେ I ସଦସ୍ୟ ନାରାୟଣ ରାୟ ସିଂ, ଜଗନ୍ନାଥ ପାଢ଼ୀ, ସୁନିଲ କୁମାର ମହାପାତ୍ର, ଆଲୋକ ବାରିକ,ସତ୍ୟ ଚିନାରା ଓ ସଦସ୍ୟ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *