ଆଜି ବିଶ୍ୱ ଦକ୍ଷତା ଦିବସ

ଆଜି ବିଶ୍ୱ ଦକ୍ଷତା ଦିବସରେ ରାଣିତାଲର High Tech Engineering college ଠାରେ ଏକ ସଭାର ଆୟୋଜନ କରାଯାଇଛି। ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ, ଜିଲ୍ଲା କୌଶଳ ଓ ତାଲିମ ବିଭାଗ , ଅନିତା ନାୟକ, ଶାଶ୍ଵତ କୁମାର ପଟ୍ଟନାୟକ ,ମହାବିଦ୍ୟାଳୟର ପ୍ରିନ୍ସିପାଲ୍।
ଏହି ସଭାରେ ମୁଖ୍ୟତଃ ବେରୋଜୋଗାର ପିଲାଙ୍କ ମଧ୍ୟରେ କର୍ଯ୍ୟକ୍ଷୀମ ହେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ ହେବା। ଦେଶରେ ଅଧିକାଂଶ ପିଲାଙ୍କ ପଢା ସରିଲା ପରେ ସେଥି ମଧ୍ୟରୁ ମାତ୍ର ତିନି ଶତକଡା କମ୍ ପିଲା ରୋଜଗାର କ୍ଷମ ହେଉଛନ୍ତି। ବାକି ପିଲାମାନେ ଚାକିରି ପଛରେ ଗୋଡ଼ାଇ ନ ପାଇ ସମୟ ନଷ୍ଟ କରିଥାନ୍ତି। ସେଥିରୁ କିଛି ପିଲା ଅନ୍ୟ ରାଜ୍ୟ ଯାଇ ମୂଲିଆ ବା କାରଖାନାରେ ଦିନ ମଜୁରିଆ ଭାବରେ କାମ କରିଥାନ୍ତି।ତେଣୁ ଏହି କୌଶଳ ଯୋଜନା ମାଧ୍ୟମରେ ପିଲାଙ୍କ ମାନେ ନିକଟସ୍ଥ ବଜାରର ଚାହିଦା କୁ ଦେଖି କାର୍ଯ୍ୟ ଶିଖି ଥାଆନ୍ତି । ଯେପରି ମୋବାଇଲ ସଜାଡ଼ିବା, DTP ଜନସେବା କେନ୍ଦ୍ର , Hotel Managementମଧ୍ୟରେ ଆତ୍ମନିଭର କରିବା। ଏହି ତାଲିମ ପାଇଁ ଅତିକମରେ ମାଟ୍ରିକ ପାସ କରିବା ଆବଶ୍ୟକ ଓ ତିନିରୁ ଛଅ ମାସ ସମୟ ଲାଗି ଥାଏ। ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ପ୍ରତିଯୋଗୀତା କରାଯାଇଥିଲା।ଉତ୍କୃଷ୍ଟ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର କରାଗଲା।
ପରିଶେଷରେ ଏହି ମହାବିଦ୍ୟାଳୟ ର ଅଧକ୍ଷ କହିଲେ ଯେ ଆମେ 20 ରୁ ଅଧିକ ଝିଅ ପିଲାଙ୍କୁ ମୋବାଇଲ ତାଲିମ ପ୍ରଦାନ କରୁଛୁ। ସେହି ପିଲାଙ୍କ ପଢ଼ିବା ରହିବା ଖର୍ଚ୍ଚ ସମ୍ପୂର୍ଣ୍ଣ ମାଗଣା। ଏହି ମୋବାଇଲ ଟ୍ରେନିଙ୍ଗ ପରେ ସବୁପିଲା ଅତିକମ୍ ରେ ୧୭୦୦୦ ରୁ ଅଧିକ ଦରମା ପାଇପାରିବେ। ଏଥି ପାଇଁ କଲେଜ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସହଯୋଗ କରିବେ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *