ପୂଜ୍ୟ ପୂଜା ସଂସଦ ପକ୍ଷରୁ ବିଶ୍ଵ ଶିକ୍ଷକ ଦିବସ ପାଳନ
*ପୂଜ୍ୟ ପୂଜା ସଂସଦ ପକ୍ଷରୁ ବିଶ୍ଵ ଶିକ୍ଷକ ଦିବସ ପାଳନ
ଆଙ୍କର- ଜଗତସିଂହପୁର ଜିଲ୍ଲା ପୂଜ୍ୟ ପୂଜା ସଂସଦ ପକ୍ଷରୁ ସ୍ଥାନୀୟ ଆଦି କବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ବିଶ୍ୱ ଶିକ୍ଷକ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ କଂଗ୍ରେସ ସଭାପତି ନଟବର ବାରିକ, ପୋୖରାଧକ୍ଷ ଅର୍ଚ୍ଚନା ସିଂ, ବିଜେପି ଜିଲ୍ଲା ସଭାପତି ପ୍ରତପ ମିଶ୍ର, ପୂର୍ବତନ ନାଇଜର କୁଳପତି ଡ଼ଃ ଅଭୟ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଜିଲ୍ଲାର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ମାନେ ହେଉଛନ୍ତି ପ୍ରକୃତ ଗୁରୁ । ଗୁରୁ ବିନା କେହି ଆଗକୁ ବଢି ପାରେ ନାହିଁ । ତେଣୁ ପ୍ରଥମ କରି ଜଗତସିଂହପୁର ଜିଲ୍ଲାରେ ବିଶ୍ୱ ଶିକ୍ଷକ ଦିବସ ପାଳନ ହେଉଥିବାରୁ ଶିକ୍ଷକ ଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
