ବିଶ୍ଵ ପର୍ଯ୍ୟଟନ ଦିବସ

ଆଜି ଦିବା ୧୨ଘଟିକା ରେ ବିଶ୍ଵ ପର୍ଯ୍ୟଟନ ଦିବସ ସଂସ୍କୃତି ଭବନ ରେ ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଯାଇଅଛି । ଏଥିରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାର୍ତ୍ତିକ ମଣ୍ଡଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅନୁପ କୁମାର ବେହେରା, କ୍ରୀଡ଼ା ବିଭାଗ ର ଓ ଏସ ଡି ରମେଶ ମହାନ୍ତି, ସୁମନ ବିଡ଼ାନ୍ତ, ନିତ୍ୟାନନ୍ଦ ନାୟକ, ମନୋଜ ବେହେରା ଉପସ୍ଥିତ ଥିଲେ। ବର୍ତମାନ ସମୟ ରେ ପର୍ଯ୍ୟଟନ ର ବିକାଶ ଉପରେ ସରକାର ଙ୍କ ବିଶେଷ ଗୁରୁତ୍ଵ ରହିଛି ଏଵଂ ଜିଲ୍ଲା ରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ଅନୁମୋଦନ ସରକାର କରିଛନ୍ତି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଇରମ, ଗୋହିରିଟିକିରା, ଆରଡ଼ି, ବିରଞ୍ଚି ନାରାୟଣ ମନ୍ଦିର, ଭଦ୍ରକାଳୀ ମନ୍ଦିର, ଲକ୍ଷ୍ମୀକାନ୍ତ ମେମୋରିଆଲ ପାର୍କ ଇତ୍ୟାଦି ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରାପ୍ତ ହୋଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଗକୁ ଆହୁରି ନୂତନ ନୂତନ ପ୍ରକଳ୍ପ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଅଛି। ସଭା ଆରମ୍ଭ ପୂର୍ବରୁ ଏକ କୁଇଜ୍ ପ୍ରତିଯୋଗୀତା ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫ ରୁ ଅୟୋଜନ କରାଯାଇଥିଲା। ଏଥିରେ ଭଦ୍ରକ ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ବିଚାରକ ମଣ୍ଡଳୀ ଭାବରେ ପବିତ୍ର ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ବହଲି, ରୂପକ୍ ରାୟ ଥିଲେ। ବିଦ୍ୟାଳୟ ସ୍ଥରିୟ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ଆଶୁତୋଷ ନାୟକ, ଦେବସ୍ମିତା ସାହୁ, ଦ୍ଵିତୀୟ ସ୍ଥାନ ଓଡିଶା ଆଦର୍ଶ ବିଦ୍ୟାଳୟ, ସନ୍ଥପୁରା, ତିହିଡ଼ି ର ଶାଶ୍ବତ ନାୟକ, ସୌମ୍ୟଜିତ୍ ଧଳ ଓ ତୃତୀୟ ସ୍ଥାନ ବି ଏମ ବାଗୁରାଇ ଉଚ୍ଚ ବିଦ୍ୟାଳୟ ର ଅଂଶୁମାନ ସାମଲ, ବିଦୁସ୍ମିତା ମିଶ୍ର ତଥା ମହାବିଦ୍ୟାଳୟ ସ୍ତରୀୟ ରେ ପ୍ରଥମ ଭଦ୍ରକ ସ୍ଵୟଂଶାସିତ କଲେଜ୍ ର ସତ୍ୟବ୍ରତ ପଣ୍ଡା, କଳାମାଣିକ ଦାସ ଦ୍ବିତୀୟ ଚରମ୍ପା ମହା ବିଦ୍ୟାଳୟ ର ସ୍ୱାଗତିକା ମହାନ୍ତି, ତୁଳସୀ ବାରିକ୍ ଓ ତୃତୀୟ ଚରମ୍ପା ଡ଼ିଗ୍ରୀ କଲେଜ୍ ର ଶମୀମା ସୁଲତାନ।, ଦିଳନ୍ ଚନ୍ଦ୍ର ସାହୁ ହୋଇଥିଲେ। ସେମାନଙ୍କୁ ସାର୍ଟିଫିକେଟ ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲାପାଳ ସଭା ରେ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଙ୍କୁ କିଛି ପ୍ରଶ୍ନ କୁଇଜ୍ ମାଧ୍ୟମ ରେ ପଚାରିଥିଲେ ଏଵଂ ସଠିକ୍ ଉତ୍ତରଦାତା ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *