ବିଶ୍ଵ କଇଁଛ ଦିବସ ପାଳିତ

ବିଶ୍ଵ କଇଁଛ ଦିବସ ପାଳିତ
କୋଣାର୍କ )- ପୁରୀ କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ନିକଟରେ ଅବସ୍ଥିତ କାମାତ୍ ହୋଟେଲ୍ ଦ୍ଵାରା ପରିଚାଳିତ ଲୋଟସ ରିସର୍ଟ ପକ୍ଷରୁ ବିଶ୍ଵ କଇଁଛ ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ହୋଟେଲ କର୍ମଚାରୀ ଓ ବନ ବିଭାଗ କର୍ମଚାରୀ ମାନଙ୍କୁ ନେଇ ସମୁଦ୍ର ବେଳାଭୁମି ବ୍ୟାପକ ସଫେଇ କରାଯିବା ସହ କଇଁଛଙ୍କ ସୁରକ୍ଷା ପାଇଁ ସଚେତନତା ପ୍ରଦାନ କରାଯାଇଥିଲା। ଅପରାହ୍ନରେ ଲୋଟସ ରିସର୍ଟ ପରିସରରେ ଏକ ସାଧାରଣ ସଭାରେ ବିଶ୍ଵ କଇଁଛ ଦିବସ ପାଳନ କରାଯାଇଥିଲା। କାମାତ୍ ହୋଟେଲ୍ ଓଡ଼ିଶା ମୂଖ୍ୟ ଭାରତ ଭୁଷଣ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୋଣାର୍କ ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ ଯୋଗ ଦେଇ ବନ ବିଭାଗ କିପରି କଇଁଛଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛି ତାହା ଉପରେ ଆଲୋକପାତ କରିଥିଲେ। ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଥିବା ବନ କର୍ମଚାରୀ, କଇଁଛ ସୁରକ୍ଷା କର୍ମୀଙ୍କୁ କାମାତ୍ ହୋଟେଲ୍ ଗ୍ରୁପ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଲୋଟସ ରିସର୍ଟ ପରିଚାଳକ ସୁନିଲ ପାଣିଗ୍ରାହୀଙ୍କ ସହ କର୍ମଚାରୀ ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *