ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ
ତାଳଚେର:-ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ହାଟତୋଟା ସ୍ଥିତ ପଂଚାୟତ ସମିତି ସଭାଘର ଠାରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ସଂଘର ଉପସଭାପତି ଅଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଡତଳ ଆଂଚଳିକ ଉଚ୍ଚ ମହାବିଦ୍ୟାଳୟର ଅଧ୍ୟକ୍ଷ ନରେନ୍ଦ୍ର କୁମାର ପାଇକରାୟ, ସମ୍ମାନୀତ ଅତିଥି ଭାବେ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଶୋଭାଗିନୀ ଦେବୀ, ସମାଜସେବୀ ବାପି ମହାନ୍ତି, ସଂଘର ଉପଦେଷ୍ଟା ଧୀର ମୋହନ ରାୟ ପ୍ରମୁଖ ଯୋଗଦେଇ ଜଳ ଦିବସର ତାତ୍ପର୍ଯ୍ୟ ଓ ଜଳ ସଂରକ୍ଷଣ ଉପରେ ବକ୍ତବ୍ୟ ରଖି ଥିଲେ । ସାଧାରଣ ସଂପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ତାଳଚେର ଅଚଂଳର ୧୦ ଜଣ ମହିଳା ପ୍ରତିଭା ଯଥା-ସବିତା ସିଂ, ପ୍ରମିଳା ସାହୁ, ଜିନି ମହାନ୍ତି, ସୌରଭିନୀ ନାୟକ, ସର୍ବାଙ୍ଗିନୀ ରାଉତ, ମାମିନା ବେହେରା, ମାନସୀ ମହାପାତ୍ର, ଭାରତୀ ବେହେରା, ବୈଶାଖି ଦାସ ପ୍ରମୁଖଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ବରିଷ୍ଠ ଆଇନଜୀବୀ ଅଟଳ ବିହାରୀ ଗଡନାୟକ, ସମାଜସେବୀ ନାରାୟଣ ଲାଲ୍‌, ବରିଷ୍ଠ ଶିକ୍ଷାବିତ୍ ଉଦ୍ଧବ ବେହେରା, ପୂର୍ବତନ ସରପଂଚ ରଙ୍ଗାଧର ନାହାକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାପୁଜୀ ସାମଲ, ବାସୁଦେବ ପ୍ରଧାନ, ମନିଲ ମହାରଣା, ରୁଦ୍ର ମୋହନ ଗଡନାୟକ, ସୌମିତ୍ର ସେନାପତି, ରବିନ୍ଦ୍ର ମହାରଣା, ଦେବାଶିଷ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *