ବିଶ୍ୱ ଜଳ ଦିବସ ପାଳିତ
ପାକ୍ଷିକ ସମ୍ବାଦପତ୍ର ରାଷ୍ଟ୍ରତନ୍ତ୍ର ତରଫରୁ ବିଶ୍ୱ ଜଳ ଦିବସ ପାଳିତ
(ବ୍ରାହ୍ମଣୀ ନଦୀ ଅବବାହିକାରେ ପାନୀୟ ଜଳ ସଙ୍କଟ ଓ ଏହାର କାରଣ ଏବଂ ନିରାକରଣ ସମ୍ପର୍କିତ ଆଲୋଚନା ରକ୍ର ଅନୁଷ୍ଠିତ)
ତାଳଚେର ଏକ ଶିଳ୍ପ ଏବଂ ଖଣି ସମୃଦ୍ଧ ଅଞ୍ଚଳ ଭାବରେ ସର୍ବତ୍ର ଜଣାଶୁଣା ।ଏହି ଅଞ୍ଚଳରୁ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଇଲା ଓ ତାପଜ ବିଦ୍ୟୁତ ବିକ୍ରୟ କରି ପ୍ରତ୍ୟେକ ଦିନ ବହୁ କୋଟି ଟଙ୍କା ରାଜସ୍ବ ପାଉଛନ୍ତି ଏବଂ ଏହି ଅଞ୍ଚଳ ଦେଶର ଆର୍ଥନୀତିକୁ ସମୃଦ୍ଧ କରିବାରେ ସର୍ବାଗ୍ରେ ସ୍ଥାନିତ। କିନ୍ତୁ ବଡ ପରିତାପର ବିଷୟ, ଏହି ସହର ପାର୍ଶ୍ୱରେ ଚିରସ୍ରୋତା ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି,ଏହାର ଜଳକୁ ଏଠାରେ ପ୍ରତିଷ୍ଠିତ ସମସ୍ତ କଳକାରଖାନା ଓ କୋଇଲା କମ୍ପାନୀ ପ୍ରଚୁର ପରିମାଣରେ ବ୍ୟବହାର କରୁଛନ୍ତି କିନ୍ତୁ ତାଳଚେର ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏଠାକାର ଜନ ସାଧାରଣ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ପାକ୍ଷୀକ ସମ୍ବାଦପତ୍ର ରାଷ୍ଟ୍ରତନ୍ତ୍ର ପକ୍ଷରୁ
ବିଶ୍ୱ ଜଳ ଦିବସ ଅବସରରେ ବ୍ରାହ୍ମଣୀ ନଦୀ ଅବବାହିକାରେ ପାନୀୟ ଜଳ ସଙ୍କଟ ଶୀର୍ଷକ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଉକ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରାଧ୍ୟାପକ ଉପେନ୍ଦ୍ର କୁମାର ପରିଡା ଯୋଗଦେଇ ତାଳଚେର ଅଞ୍ଚଳରେ ପାନୀୟ ଜଳ ସଙ୍କଟର କାରଣ ଏବଂ ଏହା କିପରି ଦୂରୀଭୂତ ହେଵ ସେ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବରେ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ଶୁଭଦର୍ଶିନୀ ମହାପାତ୍ର ଯୋଗ ଦେଇ ଦେଶ ସ୍ୱାଧୀନତାର ଆଠ ଦଶକ ଅତିକ୍ରମ କରିଛି ହେଲେ ଯେଉଁ ମାଟିର ମଣିଷ ଦେଶର ଆର୍ଥିକ ସମ୍ବଳ ପାଇଁ ସର୍ବସ୍ବ ଦାନକରି ଟୋପାଏ ପିଇବାଯୋଗ୍ୟ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି, ଏହାଠାରୁ ଦୁଃଖ କଥା କିଛି ଥାଇ ନ ପାରେ ଏଣୁ ପୁନର୍ବାର ଏକ ଜନଆନ୍ଦୋଳନର ଆବଶ୍ୟକତା ଜରୁରୀ। କଣିହାଁ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ସତ୍ୟନାରାୟଣ ପରିଡ଼ା, ବରିଷ୍ଠ ସାମ୍ବାଦିକ ଦେଵୀ ମିଶ୍ର, ତାଳଚେର ଓକିଲ ସଙ୍ଘର ସଭାପତି ସନ୍ତୋଷ କୁମାର ସାହୁ, ଅନୁଗୋଳ ଜିଲ୍ଲା ରେଡକ୍ରସର ବରିଷ୍ଠ ସଦସ୍ୟ ବଳରାମ ପତି ଓ ଭଦ୍ରକ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁଧାକର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଜଳ ସଂରକ୍ଷଣ ଏବଂ ଏହାର ସଦୁପଯୋଗ ସହିତ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ପାନୀୟ ଜଳ ସଙ୍କଟରୁ ମୁକ୍ତି ପାଇବାକୁ ହେଲେ ଭୂତଳ ଜଳସ୍ତର ବୃଦ୍ଧି ପାଇଵା ଅତ୍ୟନ୍ତ ଜରୁରୀ । ଏଥିପାଇଁ ପ୍ରତ୍ୟେକ ପରିବାର ନିଜ ଅଗଣାରେ ବର୍ଷା ଜଳର ସଂରକ୍ଷଣ ପ୍ରଣାଳୀ ଅବଲମ୍ବନ କରିବା ଉଚିତ ବୋଲି ମତପୋଷଣ କରିଥିଲେ। ତାଳଚେର ଅଞ୍ଚଳବାସୀଙ୍କୁ ପାଇପ ଯୋଗେ ସୁଦ୍ଧ ପାନୀୟ ଜଳଯୋଗାଣରେ ସରକାରଙ୍କର ଉଦାସୀନତା ଏବଂ ସ୍ଥାନୀୟ ପ୍ରଶାସନର ତାଳଚେରବାସୀଙ୍କ ପ୍ରତି ଅବହେଳାକୁ କାର୍ଯ୍ୟକ୍ରମରେ ଉପସ୍ଥିତ ବୁଦ୍ଧିଜୀବୀମାନେ ନାପସନ୍ଦ କରିବା ସହିତ ଆଗାମୀ ଦିନରେ ଜଳ ଆନ୍ଦୋଳନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସ୍ୱେଚ୍ଛାସେବୀ, ଆଇନଜିବୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ
ରାଷ୍ଟ୍ରତନ୍ତ୍ର ର ମୂଖ୍ୟ ସଂପାଦକ ଧୀର ମୋହନ ରାୟ ଅଧ୍ୟକ୍ଷତା କରିଥିବା ବେଳେ ସଂମ୍ପାଦକ ଦେବାଶିଷ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ଚୈତନ୍ୟ ଚନ୍ଦ୍ର ପ୍ରଧାନ, ପରିବେଶବିତ ଓ ସରକାରୀ ଆଇନଜୀବୀ ବାଉରୀବନ୍ଧୁ ବେଜ, ଶ୍ରମିକ ନେତା ରାଜକିଶୋର ସାହୁ, ଆନନ୍ଦଚନ୍ଦ୍ର ଆଚାର୍ଯ୍ୟ, ଧୀରେନ୍ଦ୍ର ସାହୁ, ଡିଆଇ ପ୍ଲେ ସ୍କୁଲର ଅଧ୍ୟକ୍ଷା ସୌରାଭିନୀ ନାୟକ, ସମାଜସେବୀ ଜ୍ୟୋତିରଞ୍ଜନ ଦାସ, ବାପି ମହାନ୍ତି, ସୁନୀଲ ସିଂ, କବି କରୁଣାକର ବାଇ ପ୍ରମୁଖ ଉପସ୍ଥିତ ଥିଲେ।
