ଉଦୀୟମାନ ପକ୍ଷରୁ ବିଶ୍ବ ଜଳ ଦିବସ ପାଳିତ।

ବଡ଼ଚଣା :ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦୀୟମାନ ପକ୍ଷରୁ ବିଶ୍ବ ଜଳ ଦିବସ ପାଳିତ।ଅନୁଷ୍ଠାନର ସଂପାଦିକା ଅରୁଣୀ ନନ୍ଦଙ୍କ ନେତୃତ୍ବରେ ଆଜି ଧାନମଣ୍ଡଳ ସ୍ଥିତ ଉଦୀୟମାନ କାର୍ଯ୍ୟାଳୟ ଠାରେ ଶତାଧିକ ମହିଳା ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ଅତିଥି ଭାବରେ ବରିଷ୍ଠ ସମାଜ ସେବୀ ରାମଚନ୍ଦ୍ର ଶୁକ୍ଳ ,ଶିକ୍ଷାବିତ୍ କାହ୍ନୁଚରଣ ସାହୁ,ନୃତ୍ୟ ଗୁରୁ ଆଶିଷ ପାଢ଼ୀ,ସ୍ବେଚ୍ଛାସେବୀ ସୁଜିତ୍ କୁମାର ଦାସ,ବେଣୁଧର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ ଦୈନନ୍ଦିନ ଜୀବନରେ ଜଳ ସହିତ କେବଳ ମାଆ ଟିଏ ବିଶେଷ ଭାବରେ ଓତଃପ୍ରୋତ ଭାବରେ ଜଡ଼ିତ ଏଣୁ ଜଣେ ମାଆ ଚାହିଁଲେ ତା’ର ପରିବାରରେ ଜଳ ସଂଚୟ କରିବାର ତରିକା ସମସ୍ତଙ୍କୁ ଶିଖାଇ ପାରିବ । ନଚେତ୍ ଆଗାମୀ ଦିନରେ ଏହି ଜଳକୁ ନେଇ ବିଶ୍ବଯୁଦ୍ଧ ଦେଖାଦେବାର ସମ୍ଭାବନା ରହିଅଛି ବୋଲି ମତପୋଷଣ କରିଥିଲେ ।ଏଥିରେ ଉଦୀୟମାନ କଳା ପରିଷଦର ଛାତ୍ରଛାତ୍ରୀ ସମେତ ଉଦୀୟମାନ ମହିଳା ସଙ୍ଗଠନର ମାଆ ମାନେ ଜଳର ଉପଯୋଗୀତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଶେଷରେ ସାମାଜିକ କର୍ମୀ ବିଷ୍ଣୁ ପ୍ରୀୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *