ଚିନ୍ତା ବାଡ଼ଉଛି ଅଦିନିୟା ବର୍ଷା ଝିପି ଝିପି ବର୍ଷାକୁ ଚାଷୀ ହନ୍ତସନ୍ତ
ଲକ୍ଷ୍ମୀପୁର, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଲାଗି ରହିଛି ଝିପି ଝିପି ବର୍ଷା କମିବାର ନା ନେଉ ନାହିଁ । ଏପରି ବାତାବରଣ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ କାନ୍ଦୁଛି କଣ କରିବ ଆଉ ଆମ ଉପାୟ ନାହିଁ । ଏପରି ବର୍ଷା ଯଦି ଲାଗି ରହିବ ତେବେ ଚାଷୀ ମୁଣ୍ଡରେ ଚିନ୍ତା ବଡିଛି । ଏବେ ମଧ୍ୟ ଅନେକ ଚାଷୀ ଚିନ୍ତାରେ ପଡ଼ିଛନ୍ତି କଣ କରିବୁ ଆଉ ବୁଦ୍ଧି ଦିଶୁନାହିଁ ବୋଲି ଚାଷୀ ଭାଇ ମାନେ କହିଛନ୍ତି । ନିଶାର ଗାଁ ର ଋଷି ଜମ୍ବେକା, ଗଙ୍ଗା ଜମ୍ୱେକା, ଦାସ ଜମ୍ବେକା, ମହେନ୍ଦ୍ର ଜମ୍ବେକା, ନିଢି ଜମ୍ବେକା, ଜିତେନ୍ଦ୍ର ଜମ୍ବେକା, ସାଧବ ଏବଂ ବଡଶଙ୍ଖା ଗାଁ ପୁର୍ଣ୍ଣ ଟ୍ରେପେକା, ମହେଶ୍ୱର ଟ୍ରେପେକା, ମିଥୁନ ଟ୍ରେପେକା, ନମଃ ଟ୍ରେପେକା ଲକ୍ଷ୍ମୀପୁର ରେ ବୁଲକା ମାଣ୍ଡିଙ୍ଗା, ଅର୍ଜୁନ ମିଣିଆକା, ମୁକୁଲି ମାଣ୍ଡିଙ୍ଗା ଏ ସମସ୍ତ ଚାଷୀ ଭାଇ ମାନେ ବିଲ ରେ ଧାନ କାଟି ଛାଡ଼ି ଦେଇଛନ୍ତି ବର୍ଷା ଝିପି ଝିପି କୁ ଦେଖି କାନ୍ଧି ବସିଲେଣି । ବୁର୍ଜା, କୁଟିଙ୍ଗା, ପିପଲପଦର, କାକିରିଗୁମା, ଖାଇପଦର,କେନ୍ଦୁଆଡା,ଓଡିଆପେଣ୍ଠ, ସିଙ୍ଗାରାମ ଏଭଳି ଅନେକ ଗାଁ ର ଚାଷୀ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି । ଚଳିତ ବର୍ଷ ର ଝାଲ ବୁହା ପରିଶ୍ରମ ବୃଥା ରେ ଯିବ ବୋଲି ଚାଷୀ ଭାଇ ମାନେ କହିଛନ୍ତି । ଏକେରେ, ଦୁଇ ଏକର ଜମିରେ ଚାଷ କରି ପରିବାର ପୋଷଣ ପାଇଁ ଆଶା ରଖି ଥିଲେ କିନ୍ତୁ ଆଜି ବର୍ଷା ତାହା ଉଜାଡି ଦେଇଛି । ତେଣୁ ସରକାର କ୍ଷତି ଭରଣ କରନ୍ତୁ ବୋଲି ଲକ୍ଷ୍ମୀପୁର ବ୍ଲକ ର ଚାଷୀ ଭାଇ ମାନେ କହିଛନ୍ତି ।
ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
