ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଆଟା ପକ୍ଷରୁ ମାଲ୍ୟାର୍ପଣ

ପବିତ୍ର କାର୍ତ୍ତିକ ମାସ ପଞ୍ଚକ ଚତୁର୍ଦ୍ଦଶୀ ଅବସରରେ ପୁରୀ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ଅସୋଷେସନ୍ ଅଫ୍ ଟୁଇଟର ଆକ୍ଟ୍ଟୀଭିଷ୍ଟି (ଆଟା)ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି ଓ ଆଜି ଠାରୁ ପ୍ରତ୍ୟେକ ଦିନ ଏହି ମୂର୍ତି ରେ ମାଲ୍ୟାର୍ପଣ କରାଯିବା ର ନିଷ୍ପତ୍ତି ନିଆଯାଇଛି। ସୂଚନା ଥାଉ କି ଗତ କିଛି ମାସ ତଳେ ଅନୁଷ୍ଠାନ ର ସଦସ୍ୟ ଙ୍କ ଟୁଇଟର ଯୋଗେ ଅଭିଯୋଗ ଓ ପୁରୀ ର ପ୍ରିୟ ଜିଲ୍ଲାପାଳ ମହୋଦୟ ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସହର ରେ ଥିବା ସମସ୍ତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ଆଲୋକିକରଣ ର ବ୍ୟବସ୍ଥା ହୋଇପାରିଥିଲା। କିନ୍ତୁ ଦୁଃଖ ର ବିଷୟ ଏହିକି ଯେ ଜିଲ୍ଲା ପ୍ରଶାସନ କେବଳ ମହାପୁରୁଷ ଙ୍କ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀ ରେ ମାଲ୍ୟାର୍ପଣ କରିଥାଏ, ଏବେ ଅାଟା ଅନୁଷ୍ଠାନ ପକ୍ଷ ରୁ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପ୍ରତ୍ୟେକ ଦିନ ମାଲ୍ୟାର୍ପଣ କରି ଅନ୍ୟ ଅନୁଷ୍ଠାନ ପାଇ ଉଦାହରଣ ସୃଷ୍ଟି କରିବା ସହ ପ୍ରଶାସନ ର ଅବହେଳା କୁ ସାମନା କୁ ଆଣିଛି ଓ ପୁରୀ ସହର ରେ ଥିବା ଅନ୍ୟ ମହାପୁରୁଷ ଙ୍କୁ ଏହି ଭଳି ସବୁଦିନ ପୂଜ୍ୟପୂଜା କରିବାକୁ ଅନ୍ୟ ସାମାଜିକ ଅନୁଷ୍ଠାନ ମାନକୁ ଆହ୍ବାନ ଦେଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରର ବରିଷ୍ଠ ପ୍ରତିହାରୀ ସେବକ ବସ୍କି ପ୍ରତିହାରୀ, ମୁକ୍ତିନାଥ ପ୍ରତିହାରୀ ଓ ପୁରୀ ର ବରିଷ୍ଠ ନାଗରିକ ସର୍ବେଶ୍ଵର ନାୟକ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଆଇନଜୀବୀ ଦେବାଶିଷ ଦାଶ ସହ କୃଷ୍ଣ ମୋହନ ପ୍ରଧାନ, ସତ୍ୟନାରାୟଣ ସାହୁ, ବିପିନ୍ ମହାନ୍ତି, ସୁଧାଂଶୁ ଜେନା, ଆଦିତ୍ୟ ନାରାୟଣ ବାରିକ୍, ବିସ୍ମୟ ମିଶ୍ର, ଦେବେନ୍ଦ୍ର ସୁବୁଦ୍ଧି, ଶୁଭଶ୍ରୀ ବେହେରା, ସ୍ୱାଗତିକା ବେହେରା ଓ ଦେବରାଜ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।।

Leave a Reply

Your email address will not be published. Required fields are marked *